ପୁରୀ: ପୁରୀରେ ଲକଡାଉନ ପ୍ରକ୍ରିୟାକୁ ଜୋରଦାର କରିଛି ପୁରୀ ପୋଲିସ । ଅଯଥା କୌଣସି ଜରୁରୀ କାର୍ଯ୍ୟ ନଥାଇ ଘରୁ ବାହାରିବା ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ପୁରୀରେ ମଙ୍ଗଳବାର 57 ଟି ବାଇକ ଜବତ କରାଯାଇଛି । ସେହିପରି ଜରିମାନା 7ହଜାର 5 ସହ ଟଙ୍କା ଆଦାୟ କରାଯାଇଛି ।
ଲକଡାଉନ ନିୟମ ଉଲ୍ଲଘଂନ , 57 ବାଇକ ଜବତ - ଲକ ଡାଉନ ନିୟମ ଉଲ୍ଲଘଂନ
ସହରରେ ଅଯଥା ବୁଲିବା ପଡିଲା ମହଙ୍ଗା । ପୋଲିସ 57 ଜଣଙ୍କ ବାଇକ କଲା ସିଜ୍ । ଅଧିକ ପଢନ୍ତୁ...
![ଲକଡାଉନ ନିୟମ ଉଲ୍ଲଘଂନ , 57 ବାଇକ ଜବତ 57 bike seized from puri](https://etvbharatimages.akamaized.net/etvbharat/prod-images/768-512-6703303-807-6703303-1586276698683.jpg)
ଲକ ଡାଉନ ନିୟମ ଉଲ୍ଲଘଂନ
ଆଗାମୀ ଦିନରେ ମଧ୍ୟ ଏହି କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପୁରୀ ସହରରେ 20ରୁ ଅଧିକ ନାକା ପଏଣ୍ଟ କରି ଲୋକଙ୍କ ଯିବା ଆସିବାକୁ ନିୟନ୍ତ୍ରଣ କରୁଛି ପୋଲିସ । ସେହିପରି 20ରୁ ଅଧିକ ପୋଲିସ ପାଟ୍ରୋଲିଂ ଗାଡି ପୁରୀ ସହରରେ ପଇଁତରା ମାରୁଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ