ପୁରୀ :ଦୁଇ ଦିନିଆ ପୁରୀ ଗସ୍ତରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ଆଜି ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ । ଏହାସହ ବେଳାଭୂମିରେ ଝାଉଁ ରୋପଣ ମଧ୍ୟ କରିଥିଲେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବାର୍ତ୍ତା ରହିଛି"ମୋ ବିଚର ସୁରକ୍ଷା ମୁଁ କରିବି" । ଦେଶର ଆଜି ଏକକାଳୀନ ଦଶଟି ବେଳାଭୂମିରେ ଏହି କାର୍ଯ୍ୟକ୍ରମ କରି ସଚେତନତାର ବାର୍ତ୍ତା ଦିଆଯାଇଛି।
ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କଂକ୍ରିଟ ଜଙ୍ଗଲକୁ ହଟାଯିବ । ଏହାସହ ସିଆରଜେଡ୍ ନିୟମକୁ କଡାକଡି ଅନୁପାଳନ କରିବା ପାଇଁ ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପୁରୀ ବେଳାଭୂମିରେ ଏହାକୁ କଡାକଡି ପାଳନ କରି ଜବରଦଖଲ ମୁକ୍ତ କରାଯିବ। ପୁରୀର ସମସ୍ତ ବିଚକୁ ଆବର୍ଜନା ମୁକ୍ତ କରି ବ୍ଲୁଫ୍ଲାଗ ଭଳି ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।