ଓଡିଶା

odisha

ETV Bharat / city

ବେଳାଭୂମିରେ ଲାଗିଛି 42 ଫୁଟର ତିମି, ବନ ବିଭାଗର ଦେଖାନାହିଁ - ବେଳାଭୂମିରେ ଲାଗିଛି ତିମି

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ରମ୍ଭା ରେଞ୍ଜ ଅଧୀନ ବେଳାଭୂମିରେ ଲାଗିଛି 42 ଫୁଟର ବିଶାଳ ତିମି । ବନ ବିଭାଗର ଦେଖାନାହିଁ । ଅଧିକ ପଢନ୍ତୁ

ବେଳାଭୂମିରେ ଲାଗିଛି 42 ଫୁଟର ତିମି, ବନ ବିଭାଗର ଦେଖାନାହିଁ
ବେଳାଭୂମିରେ ଲାଗିଛି 42 ଫୁଟର ତିମି, ବନ ବିଭାଗର ଦେଖାନାହିଁ

By

Published : Dec 9, 2021, 10:57 PM IST

ବ୍ରହ୍ମଗିରି:ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ରମ୍ଭା ରେଞ୍ଜ ଅଧୀନ ନବା ସମୁଦ୍ର କୂଳରେ ଏକ 42 ଫୁଟର ତିମି ଲାଗିଥିବା ଦେଖାଯାଇଛି । ଏହାର ଓଜନ ଆନୁମାନିକ 20ଟନ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ଅନୁମାନ କରିଛନ୍ତି ।

ବେଳାଭୂମିରେ ଲାଗିଛି 42 ଫୁଟର ତିମି, ବନ ବିଭାଗର ଦେଖାନାହିଁ

ତେବେ ତିମିଟି କେମିତି କୂଳକୁ ଆସିଲା ତାହା ସ୍ପଷ୍ଟ ହୋଇନଥିବାବେଳେ ଏହା ଜୁଆର ସ୍ରୋତରେ ଆସିଥିବାବେଳେ ପରେ ଜଳସ୍ତର ହ୍ରାସ ପାଇବାରୁ ଗଭୀର ସମୁଦ୍ରକୁ ଯାଇ ପାରିନଥିବା ସନ୍ଦେହ କରାଯାଇଛି ।

ତିମିଟି ଜୀବିତ ଥିବା ଜଣାପଡିଥିବାବେଳେ ଖବର ମିଳିଛି । ବନ ବିଭାଗ ଅଧିକାରୀ କିମ୍ବା କର୍ମଚାରୀ କିନ୍ତୁ ବର୍ତ୍ତମାନ ସୁଦ୍ଧା ପହଞ୍ଚିନଥିବା ସୂଚନା ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details