ଓଡିଶା

odisha

ETV Bharat / city

ମଙ୍ଗୁ ମଠ ପରିଦର୍ଶନରେ ସ୍ବର୍ଣ୍ଣ ମନ୍ଦିରର 3 ଜଣିଆ ଟିମ୍‌ - Mangu Matha

ମଙ୍ଗୁ ମଠ ପରିଦର୍ଶନ କଲେ ପଞ୍ଜାବ ସ୍ବର୍ଣ୍ଣ ମନ୍ଦିରର 3ଜଣିଆ ପ୍ରତିନିଧି ଦଳ । ଉଚ୍ଛେଦ ପ୍ରକ୍ରିୟାରେ ସନ୍ତୋଷ ବ୍ୟକ୍ତ କରିବା ସହ ବିକାଶ ଦିଗରେ ସହଯୋଗ କରିବେ ବୋଲି କହିଛନ୍ତି ଏହି ଦଳ ।

Mangu Matha
ମଙ୍ଗୁ ମଠ ପରିଦର୍ଶନ କଲେ ସ୍ବର୍ଣ୍ଣ ମନ୍ଦିରର 3ଜଣିଆ ଟିମ୍‌

By

Published : Dec 16, 2019, 9:05 PM IST

ପୁରୀ: ମଙ୍ଗୁ ମଠ ପରିଦର୍ଶନ କଲେ ପଞ୍ଜାବ ସ୍ବର୍ଣ୍ଣ ମନ୍ଦିରର ଏକ 3 ଜଣିଆ ପ୍ରତିନିଧି ଦଳ । ଶିଖ ଧର୍ମ ଗୁରୁ ନାନକଙ୍କ ସହିତ ଏହି ମଠର ସମ୍ପର୍କ ଥିବାରୁ ଉଚ୍ଛେଦ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲା ଟିମ । ସେପଟେ ଉଚ୍ଛେଦ ପ୍ରକ୍ରିୟାରେ ସନ୍ତୋଷ ବ୍ୟକ୍ତ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନର ଉଚ୍ଛେଦ କରାଯାଇଛି ବୋଲି କହିଥିଲେ ପ୍ରତିନିଧି ମଣ୍ଡଳ । ସରକାର ମଙ୍ଗୁ ମଠ ମନ୍ଦିର, ମହନ୍ତଙ୍କ ଗାଦି ସୁରକ୍ଷିତ ରଖି ଏହାର ବିକାଶ ଦିଗରେ ଯୋଜନା କରିଛନ୍ତି । ଆଉ ମଠ ବିକାଶ ଦିଗରେ ଶିଖ୍‌ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯିବ ।

ମଙ୍ଗୁ ମଠ ପରିଦର୍ଶନ କଲେ ସ୍ବର୍ଣ୍ଣ ମନ୍ଦିରର 3ଜଣିଆ ଟିମ୍‌

ସୂଚନାଯୋଗ୍ୟ, ମଙ୍ଗୁମଠ ଉଚ୍ଛେଦକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ଏହାକୁ ନେଇ ପଞ୍ଜାବରେ ତ୍ରୀବ ପ୍ରତିକ୍ରିୟା ପାଇଥିଲା । ଯାହାକୁ ନେଇ ପଞ୍ଜାବ ସ୍ବର୍ଣ୍ଣ ମନ୍ଦିରରୁ ଗୁରୁଦ୍ବାର ଶିଖ୍‌ ପ୍ରତିନିଧି ମଣ୍ଡଳୀ ପୁରୀ ଆସି ମଙ୍ଗୁ ମଠ ପରିଦର୍ଶନ କରିଥିବା ସହ ସୁରକ୍ଷା ଦାବି ରଖିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details