ଭୁବନେଶ୍ବର: ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26 ଟି ଦୂରଗାମୀ ବିଶେଷ ଟ୍ରେନ । ରଥଯାତ୍ରା ସମୟରେ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଅଛି। କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଜୁଲାଇ ତୃତୀୟ ସପ୍ତାହରୁ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। 26ଟି ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଏହାର ଫେରନ୍ତା ଯାତ୍ରା ଆରମ୍ଭ କରିବ।
ଏହି ସବୁ ବିଶେଷ ଟ୍ରେନ ଗୁଡିକ ଉଭୟ ପାର୍ଶ୍ବରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ:
01. 02801/02802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶାଲ ଟ୍ରେନ |
02. 08405/08406 ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଟ୍ରେନ |
03. 08401/08402 ପୁରୀ-ଓଖା-ପୁରୀ ସ୍ପେଶାଲ୍ ଟ୍ରେନ |
04. 02843/02844 ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଟ୍ରେନ |
05. 02037/02038 ପୁରୀ-ଅଜମେର-ପୁରୀ ସ୍ପେଶାଲ୍ ଟ୍ରେନ |
06. 02815/02816 ପୁରୀ-ଆନନ୍ଦ ବିହାର-ପୁରୀ ନନ୍ଦନକାନନ୍ ସ୍ପେଶାଲ୍ ଟ୍ରେନ |07. 02875/02876 ପୁରୀ-ଆନନ୍ଦ ବିହାର-ପୁରୀ ନୀଳାଚଳ ସ୍ପେଶାଲ୍ ଟ୍ରେନ |
08. 02088/02087 ପୁରୀ-ହାୱଡ଼ା-ପୁରୀ ସ୍ପେଶାଲ୍ ଟ୍ରେନ |
09. 02063/02064 ପୁରୀ-ଯଶୋବନ୍ତପୁର-ପୁରୀ ସ୍ପେଶାଲ୍ ଟ୍ରେନ |
10. 02093/02094 ପୁରୀ-ଯୋଧପୁର-ପୁରୀ ସ୍ପେଶାଲ୍ ଟ୍ରେନ |
11. 08452/08451 ପୁରୀ-ହାଟିଆ-ପୁରୀ ତପସ୍ବିନୀ ସ୍ପେଶାଲ୍ ଟ୍ରେନ |
12. 08449/08450 ପୁରୀ-ପାଟନା-ପୁରୀ ବୈଦ୍ୟନାଥଧାମ ସ୍ପେଶାଲ୍ ଟ୍ରେନ |
13. 08419/08420 ପୁରୀ-ଜୟ ନାଗର-ପୁରୀ ସ୍ପେଶାଲ୍ ଟ୍ରେନ |