ପୁରୀ:ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର କାର୍ଯ୍ୟ ଶିଳାନ୍ୟାସ ପୂର୍ବରୁ ଆରମ୍ଭ ହୋଇଛି ହୋମ ଯଜ୍ଞ । ସ୍ୱତ୍ରିୟ ବ୍ରାହ୍ମଣଙ୍କ ଦ୍ଵାରା ଯଜ୍ଞନୀତି କରାଯାଉଛି । ଆସନ୍ତା ୨୪ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟ ପୂର୍ବରୁ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ଵ ଦୀପରେ ସଜା ଯାଇଛି ।
୨୪ଶହ ଦୀପରେ ଝଲସୁଛି ଶ୍ରୀମନ୍ଦିର ମେଘନାଦ ପ୍ରାଚୀର
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର କାର୍ଯ୍ୟ ଶିଳାନ୍ୟାସ ପୂର୍ବରୁ ଆରମ୍ଭ ହୋଇଛି ହୋମ ଯଜ୍ଞ । ସ୍ୱତ୍ରିୟ ବ୍ରାହ୍ମଣଙ୍କ ଦ୍ଵାରା ଯଜ୍ଞନୀତି କରାଯାଉଛି । ଅଧିକ ପଢ଼ନ୍ତୁ
ମେଘନାଦ ପାଚେରୀ ଚାରି ପାଖରେ ୨୪ ଶହ ଦୀପ ଲଗାଯାଇଛି । ୪ଟି ପାର୍ଶ୍ୱରେ 6ଶହ ଲେଖାଏଁ ଦୀପ ଲାଗିଛି । ଏହା ଯଜ୍ଞ ପୂର୍ଣ୍ଣାହୁତି ଦିବସ ଯାଏଁ ରହିବ । ଶ୍ରୀମନ୍ଦିର ଚୁନରା ସେବକ ନିଯୋଗ ପକ୍ଷରୁ ଏହି ପ୍ରଦୀପ ପ୍ରଜ୍ବଳନ କରାଯାଇଛି । ଚୁନରା ନିଯୋଗ ପକ୍ଷରୁ କୁହାଯାଇଛି ଦୀପ ହେଉଛି ଶୁଭର ପ୍ରତୀକ । ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶୁଭ ଶିଳାନ୍ୟାସ ଅବସରରେ ଏହି ଦୀପ ଲଗାଯାଇଛି ।
ମେଘନାଦ ପାଚେରୀର ୪ ପାଖରେ ଲାଗିଥିବା ଏହି ସବୁ ଦୀପ ଦେଖାଣାହାରୀଙ୍କ ମନ ମୋହୁଛି । ଭକ୍ତମାନେ ଏଭଳି ନିଆରା ଦୃଶ୍ୟ ଦେଖି ବେଶ ଆନନ୍ଦିତ ମଧ୍ୟ ହେଉଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ