ଓଡିଶା

odisha

ETV Bharat / city

ନ୍ୟାୟ ଓ ସରକାରଙ୍କୁ ସଦବୁଦ୍ଧି କାମନା କରି ଶ୍ରୀମନ୍ଦିରରେ ପୀଡିତ ପରିବାରଙ୍କ ଦୀପଦାନ - ସରକାରଙ୍କୁ ସଦବୁଦ୍ଧି କାମନା କରି ଶ୍ରୀମନ୍ଦିରରେ ଦୀପଦାନ

ନ୍ୟାୟ ଓ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ପ୍ରଦାନ ନେଇ ମହାପ୍ରଭୁଙ୍କ ନିକଟରେ ଦୀପଦାନ କଲେ ରାଜ୍ୟର ୨୧ ପୀଡିତ ପରିବାର । ଅଧିକ ପଢନ୍ତୁ

ନ୍ୟାୟ ଓ ସରକାରଙ୍କୁ ସଦବୁଦ୍ଧି କାମନା କରି ଶ୍ରୀମନ୍ଦିରରେ ପୀଡିତ ପରିବାରଙ୍କ ଦୀପଦାନ
ନ୍ୟାୟ ଓ ସରକାରଙ୍କୁ ସଦବୁଦ୍ଧି କାମନା କରି ଶ୍ରୀମନ୍ଦିରରେ ପୀଡିତ ପରିବାରଙ୍କ ଦୀପଦାନ

By

Published : Dec 30, 2021, 9:41 PM IST

ପୁରୀ: ପୀଡିତ ପରିବାରଙ୍କୁ ନ୍ୟାୟ ଓ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ପ୍ରଦାନ ନେଇ ମହାପ୍ରଭୁଙ୍କ ନିକଟରେ ଦୀପଦାନ । ରାଜ୍ୟର ୨୧ଟି ପୀଡିତ ପରିବାର ଆଜି(ଗୁରୁବାର) ଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଶୋଭାଯାତ୍ରା କରିବା ସହ ନ୍ୟାୟ ପ୍ରଦାନ ପାଇଁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରିଛନ୍ତି ।

ନ୍ୟାୟ ଓ ସରକାରଙ୍କୁ ସଦବୁଦ୍ଧି କାମନା କରି ଶ୍ରୀମନ୍ଦିରରେ ପୀଡିତ ପରିବାରଙ୍କ ଦୀପଦାନ

ନୟାଗଡ଼ର କୁନିଝିଅ ପରି ଅପହରଣ ଓ ହତ୍ୟାକାଣ୍ଡ ଘଟଣା, ମାହାଙ୍ଗା ବିକାଶ ଜେନା ହତ୍ୟାକାଣ୍ଡ, ଯାଜପୁର ବିଞ୍ଝାରପୁରର କୁନି ଝିଅ ପିହୁ ନିଖୋଜ ଘଟଣା, ମାନବପ୍ରେମୀ ଆଦିତ୍ୟ ଦାଶ ହତ୍ୟାକାଣ୍ଡ, କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟାକାଣ୍ଡ ଆଦି ରାଜ୍ୟର ଚର୍ଚ୍ଚିତ ୨୧ଟି ଘଟଣାର ପିଡୀତଙ୍କ ପରିବାର ଆଜି ଶ୍ରୀକ୍ଷେତ୍ରରେ ଏକତ୍ରିତ ହୋଇଥିଲେ ।

ପୂର୍ବରୁ ଏ ସମସ୍ତ ପରିବାର ମାମଲାର CBI ତଦନ୍ତ ପାଇଁ ଦାବି କରିଥିଲେ । କିନ୍ତୁ ରାଜ୍ୟ ସରକାର ତଦନ୍ତ ଭାର CBI କୁ ନଦେଇ ପୋଲିସ, କ୍ରାଇମବ୍ରାଞ୍ଚ ଦ୍ୱାରା କରାଇଲେ । କିନ୍ତୁ ଦିର୍ଘ ସମୟ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ପୋଲିସ ଅଥବା କ୍ରାଇମବ୍ରାଞ୍ଚ ଠାରୁ ମିଳିନାହିଁ ବୋଲି ପୀଡିତଙ୍କ ପରିବାର ଅଭିଯୋଗ କରିଛନ୍ତି । ଏ ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ପୀଡିତଙ୍କ ପରିବାର ।


ତୁରନ୍ତ ରାଜ୍ୟ ସରକାର CBI ତଦନ୍ତ କରାଇ ନ୍ୟାୟ ନ ଦେଲେ ସମସ୍ତେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଭାରତୀୟ ବିକାଶ ପରିଷଦ ଅଭିଯୋଗ କରିଛି ଯେ, ଏହି ସବୁ ଘଟଣାରେ ରାଜ୍ୟ ସରକାର ମନ୍ତ୍ରୀ, ତୁଙ୍ଗ ନେତା ଜଡିତ ଥିବାରୁ ଉପଯୁକ୍ତ ତଦନ୍ତ କରୁନାହାନ୍ତି । ଆଗାମୀ ଦିନରେ CBI ତଦନ୍ତ ନ ହେଲେ ପୀଡିତ ପରିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ, ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେବେ ବୋଲି ସଂଗଠନ ଚେତାବନୀ ଦେଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details