ପୁରୀ: କୋରୋନା ଦ୍ବିତୀୟ ଲହର ନେଇ ସମଗ୍ର ରାଜ୍ୟରେ କୋଭିଡ ଚେକିଂ କଡାକଡି କରାଯାଉଛି । ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଇତିମଧ୍ୟରେ ପୁରୀରୁ କୋଭିଡ ନିୟମ ଉଲ୍ଲଙ୍ଘନର ଏକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଟ୍ରାଫିକ କନେଷ୍ଟବଳ ମାସ୍କ ପିନ୍ଧି ନଥିବା ଯୋଗୁଁ 2 ହଜାର ଟଙ୍କା ତଣ୍ଡ ଗଣିଛନ୍ତି । ଏନେଇ ପୁରୀ ପୋଲିସ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ମାସ୍କ ନପିନ୍ଧି 2 ହଜାର ଜୋରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ - ଟ୍ରାଫିକ ପୋଲିସଙ୍କୁ ଜୋରିମାନା
କୋଭିଡ ନିୟମ ଉଲ୍ଲଙ୍ଘନ ନେଇ 2 ହଜାର ଜୋରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ । ଅଧିକ ପଢନ୍ତୁ..
ମାସ୍କ ନ ପିନ୍ଧି 2 ହଜାର ଜୋରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ
'ଜଣେ ଦାୟିତ୍ବବାନ ନାଗରିକ ହିସାବରେ ସମ୍ପୃକ୍ତ କନେଷ୍ଟବଳ ଜୋରିମାନା ଭରିଛନ୍ତି । ସମସ୍ତ ଜନସାଧାରଣ ମାସ୍କ ପିନ୍ଧନ୍ତୁ ନଚେତ୍ ଜୋରିମାନା ଭରନ୍ତୁ । ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ ' ବୋଲି ପୁରୀ ପୋଲିସ ପ୍ରକାଶ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ