ପୁରୀ:ବୟସ ମାତ୍ର ୨ବର୍ଷ, କିନ୍ତୁ ସଫଳତା ବହୁତ ବଡ । ପାଟିରେ ଅନର୍ଗଳ ମନ୍ତ୍ର ଆଉ ମୁଣ୍ଡରେ ବିଚକ୍ଷଣ ବୁଦ୍ଧି । ଆଉ ଏହା ତାଙ୍କୁ ଆଣି ଦେଇଛି ସଫଳତା । ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶାଗୋଦା ଗ୍ରାମର ସୌମ୍ୟ ରଞ୍ଜନ ହରିଚନ୍ଦନ ଓ ସୁନିତାଙ୍କ କୁନି ପୁଅ ସୂର୍ଯ୍ୟ ପ୍ରତାପ ହରିଚନ୍ଦନ ତାଙ୍କ ବିଚକ୍ଷଣ ବୁଦ୍ଧି ଓ ଦକ୍ଷତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ(India Book of Record) ସ୍ଥାନ ପାଇଛନ୍ତି ।
ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସୂର୍ଯ୍ୟ ପ୍ରତାପଙ୍କ ପ୍ରତିଭା ଛୋଟବେଳୁ ଜାଣିବାକୁ ପାଇଥିଲେ ତାଙ୍କର ମାଆ । ପ୍ରଖର ସ୍ମରଣ ଶକ୍ତିର ପରିଚୟ ପାଇବା ପରେ ମାଆ ତାଙ୍କୁ ପ୍ରଥମେ କିଛି ମନ୍ତ୍ର ଶିଖାଇଥିଲେ ଯାହାକୁ ଅତି ସହଜରେ ମନରଖିଥିଲେ ସୂର୍ଯ୍ୟପ୍ରତାପ । ପରେ ଏହି ଅଭ୍ୟାସ ତାଙ୍କୁ ବଡ ସମ୍ମାନ ଆଣି ଦେଇଛି । ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାଁକୁ ସ୍ଥାନିତ କରିପାରିଛନ୍ତି ସୂର୍ଯ୍ୟ । ୧୫ଟି ଜାତୀୟ ପତାକା, ୩୦ ପ୍ରାଣୀ, ୧୬ ଫଳ, ୧୦ ପକ୍ଷୀ, ୧୪ ଯାନବାହାନ, ଗୋଟିଏ ବର୍ଷର ମାସ, ୩ଟି ଇଂରାଜୀ ରାଇମ୍, ୨ଟି ହିନ୍ଦୀ ରାଇମ୍ ଓ ଶରୀରର ୬ଟି ଅଙ୍ଗ କହି ପ୍ରଥମ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାତେଇଛନ୍ତି କୁନି ବାଳକ ସୂର୍ଯ୍ୟ ପ୍ରତାପ ।