ଓଡିଶା

odisha

ETV Bharat / city

ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହେଲା ଷୋଳପୂଜା - ଦୁର୍ଗା ପୂଜା

ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଳପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ...

ଶ୍ରୀକ୍ଷେତ୍ର ଆରମ୍ଭ ହେଲା ଷୋଡ଼ଶଦିନାତ୍ମକ ପୂଜା
ଶ୍ରୀକ୍ଷେତ୍ର ଆରମ୍ଭ ହେଲା ଷୋଡ଼ଶଦିନାତ୍ମକ ପୂଜା

By

Published : Sep 29, 2021, 4:37 PM IST

ପୁରୀ:ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଳପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରାଯାଉଛି ।

ଶ୍ରୀକ୍ଷେତ୍ର ଆରମ୍ଭ ହେଲା ଷୋଡ଼ଶଦିନାତ୍ମକ ପୂଜା

ଶାରଦୀୟ ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରକାର ପାରମ୍ପରିକ ପ୍ରସ୍ତୁତି କରାଯାଇଛି । ପରମ୍ପରା ଅନୁଯାୟୀ ଆଜି ମୂଳାଷ୍ଟମୀ ଅବସରରେ ଗଜପତିଙ୍କ ଶ୍ରୀନହରରୁ ଷୋଳପୂଜାର ବିଧି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତିପୀଠ ଗୁଡ଼ିକରେ ଏହି ଷୋଳପୂଜା ପାଇଁ ଆଚାର୍ଯ୍ୟ ବରଣକାର୍ଯ୍ୟ କରାଯାଇଛି । ଗଜପତି ଆଜି ୨୧ଜଣ ବ୍ରାହ୍ମଣଙ୍କୁ ଡାକି ସେମାନଙ୍କୁ ବରଣ କରିବା ସହ ବସ୍ତ୍ରଦାନ କରି ବିଭିନ୍ନ ପୀଠରେ ନିଯୁକ୍ତ କରିଛନ୍ତି ।

ଏହି ଆଚାର୍ଯ୍ୟମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ । ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଁ ବିମଳାଙ୍କ ପୀଠରେ ଶାସ୍ତ୍ର୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ଶୋଡ଼ଷ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣକାଳୀ, ଆଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି। ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ହୋଇଥାଏ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details