ଆନନ୍ଦପୁର: ଜିଲ୍ଲାର ଘସିପୁରା ବ୍ଲକ ଅଧିନସ୍ଥ କେଶଦୁରାପାଳ ଗାଁର ରାଧାଶ୍ୟାମ ପଣ୍ଡା । ପ୍ରସ୍ତୁତ କରିଛନ୍ତି ଏକ ବ୍ୟାଟେରୀ ଚାଳିତ ସାଇକେଲ । ଶହେ କେଜି ଓଜନ ପର୍ଯ୍ୟନ୍ତ ଭାର ବୋହି ପାରିବ ଏହି ସାଇକେଲ । 8 ହଜାର ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ଏହି ସାଇକେଲକୁ ଥରେ ଚାର୍ଜ କଲେ 20 କିଲୋମିଟର ବାଟ ଅତିକ୍ରମ କରୁଛି।
କମ ଖର୍ଚ୍ଚରେ ବ୍ୟାଟେରୀ ସାଇକେଲ ପ୍ରସ୍ତୁତ କଲେ ରାଧାଶ୍ୟାମ ସାଇକେଲରେ ବାଇକ ପରି ସମସ୍ତ ସୁବିଧା ଖଞ୍ଜିଛନ୍ତି ରାଧାଶ୍ୟାମ । ସାଧାରଣ ସାଇକେଲ ଭଳି ଦେଖାଯାଉଥିବା ଏହି ସାଇକେଲ ପ୍ୟାଡେଲ ଦ୍ବାରା ନୁହେଁ ବରଂ ବ୍ୟାଟେରୀ ଆଉ ମୋଟର ସାହାଯ୍ୟରେ ଚାଲୁଛି ।
ସାଇକେଲର ପଛ ଚକରେ ଏକ ମୋଟର ଲାଗିଥିବା ବେଳେ ପଛ କ୍ୟାରିଏଲରେ ଏକ ବ୍ୟାଟେରୀ ଖଞ୍ଜାଯାଇଛି । ସେହିପରି ହ୍ୟାଣ୍ଡେଲର ବାମ ପାର୍ଶ୍ବରେ ରହିଥିବା ଏକ ନୀଳ ରଙ୍ଗର ସୁଇଚକୁ ଦବାଇଲେ ସାଇକେଲଟି ଗଡିବା ଆରମ୍ଭ କରେ । ଡାହାଣ ପାର୍ଶ୍ବରେ ରହିଥିବା ଆକ୍ସିଲେଟରକୁ ଘୂରାଇଲେ ସାଇକେଲର ଗତି ବଢୁଛି । ଖାଲି ସେତିକି ନୁହେଁ ସାଇକେଲରେ ହର୍ଣ୍ଣ ଆଉ ଲାଇଟ ମଧ୍ୟ ଲାଗିଛି ।
କେଶଦୁରାପାଳ ଜଳ ସମ୍ପଦ ବିଭାଗରେ କାର୍ଯ୍ୟରତ ରାଧାଶ୍ୟାମ ଖୁବଶିଘ୍ର ସୌର ଚାଳିତ ସାଇକେଲ ପ୍ରସ୍ତୁତ କରିବା ପାଇଁ ଲକ୍ଷ ରଖିଛନ୍ତି।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଈଟିଭି ଭାରତ