ରାଇରଙ୍ଗପୁର: ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟ ଜୀବଜନ୍ତୁ ଏବେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନ ସରାସପୋଷି ଗ୍ରାମରୁ ଏକ ୨ ଫୁଟ ଉଚ୍ଚର ଝିଙ୍କ ଉଦ୍ଧାର ହୋଇଛି । ଯାହାର ବୟସ ୧୦ ରୁ୧୨ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାନୁସାରେ, ମଙ୍ଗଳବାର ସରାସପୋଷି ଗ୍ରାମର ଅରୁଣ କୁମାର ମହାନ୍ତଙ୍କ ବାଡ଼ିରେ ଝିଙ୍କଟି ବୁଲୁ ଥିବାର ଦେଖି ସ୍ଥାନୀୟବାସୀ କରଞ୍ଜିଆ ବନାଞ୍ଚଳ ଅଧିକାରୀ ଧୁର୍ବେନ୍ଦ୍ର ନାୟକଙ୍କୁ ଖବର ଦେଇଥିଲେ । ଖବର ପାଇ ବନାଞ୍ଚଳ ଅଧିକାରୀ କାଦଡିହା ଫରେଷ୍ଟର ଉମାକାନ୍ତ ବେହେରା ଏବଂ ତାଙ୍କ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ଝିଙ୍କଟିକୁ ଉଦ୍ଧାର କରିବା ସହ ପାଉଦିଆ ସଂରକ୍ଷିତ ଜଙ୍ଗଲରେ ତାକୁ ଛାଡି ଦିଆଯାଇଥିବା ଧୁର୍ବେନ୍ଦ୍ର ନାୟକଙ୍କ ପକ୍ଷରୁ ସୂଚନା ମିଳିଛି ।