କେନ୍ଦୁଝର: ସଦର ଥାନା ପଦ୍ମପୁର ବଜାର ନିକଟରେ ଘଟିଛି ନିଷ୍ଠୁର କାଣ୍ଡ । ଜଣେ ମାନସିକ ବିକୃତ ରୋଗୀଙ୍କୁ କେହି ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେଠାରେ ଥିବା ଅନ୍ୟ ଜଣେ ମାନସିକ ବିକୃତ ରୋଗୀ ଏପରି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି ।
ମୃତ଼ ବ୍ୟକ୍ତିଙ୍କ ପରିଚ଼ୟ ମିଳିପାରି ନଥିବାବେଳେ ସେ ପଦ୍ମପୁର ଅଞ୍ଚଳରେ ବୁଲୁଥିବା ବେଳେ ଗତକାଲି ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଏକ ବଡ଼ ପଥରରେ ତାଙ୍କ ମୁଣ୍ତକୁ ଛେଚ଼ି ଦେବାରୁ ଘଟଣାସ୍ଥଳରେ ତ଼ାଙ୍କର ମୃତ୍ୟୁ ଘଟିଛି । ପଦ୍ମପୁର ବଜାର ପିଣ୍ତି ନିକଟରେ ଅନ୍ୟ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଥିବାରୁ ଏହି ହତ୍ୟାକାଣ୍ତରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।