ଓଡିଶା

odisha

ETV Bharat / city

ଜନ୍ମାଷ୍ଟମୀ ପାଳୁଛନ୍ତି ଭକ୍ତ, ମନ୍ଦିରରେ ପ୍ରବଳ ଭିଡ଼ - କେନ୍ଦୁଝରରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ

ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ କେନ୍ଦୁଝର ଜିଲ୍ଲାର ମନ୍ଦିରଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି । ବହୁ ଦିନ ପରେ ପ୍ରଭୁଙ୍କୁ ଦର୍ଶନ କରି ବେଶ ଆନନ୍ଦିତ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

କେନ୍ଦୁଝରରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ, ମନ୍ଦିରରେ ପ୍ରବଳ ଭିଡ଼
କେନ୍ଦୁଝରରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ, ମନ୍ଦିରରେ ପ୍ରବଳ ଭିଡ଼

By

Published : Aug 30, 2021, 4:39 PM IST

କେନ୍ଦୁଝର: ଆଜି ସାରା ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରୁଛି । ଆଜିର ଦିନରେ ଦ୍ବାପର ଯୁଗରେ ମାମୁଁ କଂସକୁ ଵଦ୍ଧ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଅବତରଣ କରିଥିବା ହିନ୍ଦୁଧର୍ମରେ ବିଶ୍ବାସ କରାଯାଏ । ଏହି ବିଶ୍ବାସ ଆଧାରରେ ଦେଶର ଅନେକ ସ୍ଥାନରେ ଏହି ପବିତ୍ର ଦିବସକୁ ପାଳନ କରାଯାଉଛି । ତେବେ କେନ୍ଦୁଝର ସହରରେ ଥିବା ରାହସ ମନ୍ଦିରରେ ମଧ୍ୟ କୋଭିଡ଼ କଟକଣା ସହିତ ଜନ୍ମାଷ୍ଟମୀକୁ ଧୁମଧାମରେ ପାଳନ କରାଯାଉଛି ।

କେନ୍ଦୁଝରରେ ଜନ୍ମାଷ୍ଟମୀ ପାଳିଲେ ଭକ୍ତ, ମନ୍ଦିରରେ ପ୍ରବଳ ଭିଡ଼

ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଭିଡ଼କୁ ଦେଖି ମନ୍ଦିର କମିଟି ପକ୍ଷରୁ ବ୍ୟପାକ ବ୍ୟବସ୍ଥା ଗ୍ରହଣ କରିବା ସହ କୋରୋନା କଟକଣା ନିୟମ ପାଳନ କରାଯାଉଛି । ଗତବର୍ଷ କୋରୋନା କଟକଣା ସମୟରେ ମନ୍ଦିର ପ୍ରବେଶ ବନ୍ଦ କରାଯାଇଥିଲା ବେଳେ ଚଳିତ ବର୍ଷ ଭକ୍ତ ଦର୍ଶନ ପାଇ ବେଶ ଖୁସିଥିବା ପ୍ରକାଶ କରିଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଭିଡ଼ ପରିଲକ୍ଷିତ ହେଉଛି ।

ଏତେ ଦିନ ପରେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ବେଶ ଖୁସିଥିବା କହିଛନ୍ତି । ମନ୍ଦିରଗୁଡ଼ିକ ରଙ୍ଗବେରଙ୍ଗର ପୁଷ୍ପରେ ସଜା ହୋଇଛି । ପରମ୍ପରା ଅନୁଯାୟୀ ରାଧାକୃଷ୍ଣଙ୍କ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ମାତ୍ର କୋଭିଡ଼ ଯୋଗୁଁ ବାଦ୍ୟଯନ୍ତ୍ରକୁ ବାରଣ କରାଯାଇଛି । ସନ୍ଧ୍ୟା ସମୟରେ ଆଳତୀ ହେବା ସହିତ ପ୍ରସାଦ ବଣ୍ଟନ ହେବ ବୋଲି କହିଛନ୍ତି ରାହସ ମନ୍ଦିର ପୂଜା କମିଟି ସଦସ୍ୟ ଟୁଟୁ ମହାନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details