କେନ୍ଦୁଝର:୨୦୧୭ ତେଲକାେଇ ଅଞ୍ଚଳରେ ହତ୍ୟା ଘଟଣାର ଆଜି(ମଙ୍ଗଳବାର) ଶୁଣାଣି କରିଛନ୍ତି କେନ୍ଦୁଝର ଜିଲ୍ଲା ଦୌରା ଜଜ । ଦୋଷୀକୁ ଦଶବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ପଚାଶ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏହି ହତ୍ୟାକାଣ୍ଡର ଚଉଦ ଜଣ ସାକ୍ଷୀଙ୍କ ଶୁଣାଣି କରି ଜିଲ୍ଲା ଜଜ ଦୋଷୀ ଜଗବନ୍ଧୁକୁ ସଜା ଶୁଣାଇଛନ୍ତି ।
୨୦୧୭ ତେଲକୋଇ ସ୍ତ୍ରୀ ହତ୍ୟାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ - ତେଲକୋଇ ହତ୍ୟାକାରୀ ସ୍ବାମୀକୁ ଦଣ୍ଡ ଶୁଣାଇଲେ ଦୌରା ଜଜ୍
୨୦୧୭ କେନ୍ଦୁଝର ତେଲକୋଇ ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା ଘଟଣା । ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଦୌରା ଜଜ । ଅଧିକ ପଢନ୍ତୁ
୨୦୧୭ ତେଲକୋଇ ସ୍ତ୍ରୀ ହତ୍ୟାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
୨୦୧୭ ତେଲକୋଇ ସ୍ତ୍ରୀ ହତ୍ୟାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ସୂଚନା ଥାଉ କି ୨୦୧୭ ମସିହାରେ ତେଲକୋଇ ଅଞ୍ଚଳର ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ଜଗବନ୍ଧୁ ମୁଣ୍ଡା । ଜଗବନ୍ଧୁର ସ୍ତ୍ରୀ ଅଙ୍ଗନବାଡି କର୍ମୀ ଥିବାବେଳେ ସେ ତାଙ୍କୁ ସ୍କୁଟି କିଣିବାକୁ ଟଙ୍କା ମାଗିଥିଲା । ସ୍କୁଟି ପାଇଁ ଟଙ୍କା ନଦେଇପାରିବାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡର ୧୪ ଜଣ ସାକ୍ଷୀଙ୍କ ଶୁଣାଣି କରି ଜିଲ୍ଲା ଜଜ ଦୋଷୀ ଜଗବନ୍ଧୁକୁ ସଜା ଶୁଣାଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ