କେନ୍ଦୁଝର: ଏବେ ସାରା ବିଶ୍ବ କୋରୋନା ଭୂତାଣୁକୁ ଭୟଭୀତ ଥିବାବେଳେ ଏହାକୁ ପ୍ରତିହତ କରିବାକୁ ରାଜ୍ୟସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକେ ଯେପରି ଏକାଠି ନହେବେ ସେନେଇ ସଚେତନ କରାଯାଉଛି ।
କୋରୋନା ସଚେତନତା: ଘଟଗାଁରେ 108 ନଡିଆ ବାଡେଇବା ବନ୍ଦ ଓଡିଶାର ଏକ ପ୍ରମୁଖ ଦେବୀପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଘଟଗାଁର ମା ତାରିଣୀ ପୀଠ ମଧ୍ୟ ଏଥିରେ ସାମିଲ ହୋଇଛି । ମନ୍ଦିରକୁ ପ୍ରତ୍ୟେହ ଶହ ଶହ ଶ୍ରଦ୍ଧାଳୁ ଆସୁଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି ।
ମନ୍ଦିର ପ୍ରଶାସନ ପକ୍ଷରୁ ଭିଡ କମାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ଗୋଟେ ଗୋଟେ କରି ଛଡା ଯାଉଥିବାବେଳେ ସାନିଟାଇଜର ବ୍ୟବହାର ମଧ୍ୟ କଡାକଡି କରାଯାଇଛି ।
ମନ୍ଦିରରେ 108 ନଡିଆ ବାଡେଇବାକୁ ବାରଣ ସହ ଦୀପଜାଳି ବାକୁ ମଧ୍ୟ ବାରଣ କରାଯାଇଛି । ପ୍ରତି ଦୁଇ ଘଣ୍ଟାରେ ମନ୍ଦିର ପରିସରକୁ ସଫା କରାଯାଉଛି । ସେପଟେ ଆଜି ଜିଲ୍ଲା ପ୍ରଶାସନ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ନେଇ ବୈଠକ କରିବ ବୋଲି ସୂଚନା ମିଳିଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ