ଓଡିଶା

odisha

ETV Bharat / city

୫T ରୂପାନ୍ତରିତ ବିଦ୍ୟାଳୟ, DMF ଅର୍ଥ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଲା ବିଜେପି - ଅତିରିକ୍ତ ଜିଲ୍ଲା ଖଣିଜ ପାଣ୍ଠି

ଆଜି ୫T ରୂପାନ୍ତରିତ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲାରେ ୧୦୦ ସ୍କୁଲ ଏଥିରେ ସାମିଲ ହୋଇଥିବା ବେଳେ DMF ଅର୍ଥ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଅଧିକ ପଢନ୍ତୁ...

୫T ରୂପାନ୍ତରିତ ବିଦ୍ୟାଳୟ: DMF ଅର୍ଥ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଲା ବିଜେପି
୫T ରୂପାନ୍ତରିତ ବିଦ୍ୟାଳୟ: DMF ଅର୍ଥ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଲା ବିଜେପି

By

Published : Nov 14, 2021, 2:57 PM IST

Updated : Nov 14, 2021, 3:07 PM IST

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ରବିବାର) ୪ଟି ଜିଲ୍ଲାର ୧୨୮ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏଥିମଧ୍ୟରେ କେନ୍ଦୁଝର ଜିଲ୍ଲାର ୧୦୦ଟି ହାଇସ୍କୁଲ ମଧ୍ୟ ସାମିଲ ହୋଇଛି । ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

୫T ରୂପାନ୍ତରିତ ବିଦ୍ୟାଳୟ, DMF ଅର୍ଥ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଜିଲ୍ଲାର ୧୦୦ଟି ହାଇସ୍କୁଲରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିଛନ୍ତି । ଏହା ସହ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହୋଇଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଆଜି ଏ ନେଇ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନକୁ ଘେରିଛି ବିଜେପି । ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ରାଜକୋଷରୁ ହାଇସ୍କୁଲ ରୂପାନ୍ତରଣ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ DMF କ'ଣ ପାଇଁ ଉପଯୋଗ ହେଉଛି ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ପୂର୍ବରୁ ହାଇସ୍କୁଲ ପାଇଁ ଖର୍ଚ୍ଚ କରିଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠି ବୈଠକରେ ଏହାର ଅନୁମତି ନେଇଥିବା ଅଭିଯୋଗ କରିଛି ବିଜେପି । ଏହା ସହ ସମସ୍ତ ହାଇସ୍କୁଲରେ ସଠିକ କାର୍ଯ୍ୟ ହେଉନଥିବା ବେଳେ ତରବରିଆ ଭାବେ ଭଙ୍ଗା କାନ୍ଥରେ ରଙ୍ଗ ବୋଳି ବିଲ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ଏନେଇ ଆଗାମୀ ଦିନରେ ଆନ୍ଦୋଳନ ଜୋର କରିବ ବୋଲି ବିଜେପି ଚେତାବନୀ ଦେଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Nov 14, 2021, 3:07 PM IST

ABOUT THE AUTHOR

...view details