କଟକ: ମାନବ ସେବା ହିଁ ମାଧବ ସେବା । ଏହାକୁ ଜୀବନର ବର୍ତ୍ତି କରି ସମାଜସେବା କରିଚାଲିଛନ୍ତି ସେବିକା ଜରିନ ମୁସ୍ତାକ । ସେଥିପାଇଁ ତ ସେ ଲକ୍ଡାଉନ୍ର ଏହି ଦୁର୍ଦ୍ଦିନ ସମୟରେ ମେଡିକାଲରେ କାମ ସାରିବା ପରେ ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି । କଟକ ଦରଘା ବଜାର ଅଞ୍ଚଳର ମୁସଲମାନ ଝିଅ ଜରିନ ମୁସ୍ତାକ୍ ।
ସେବିକା ଭାବେ ନିଜ ଡ୍ୟୁଟି ସାରିବା ପରେ ନିଜ ଗାଡି ଧରି ଛୁଟିଯାଆନ୍ତି ବସ୍ତି ଅଞ୍ଚଳକୁ । ଲକ୍ଡାଉନ୍ ସମୟରେ ଖାଇବାକୁ ପାଉନଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ପୁଡିଆ ବାଣ୍ଟନ୍ତି । ଏହି ସମୟରେ ସେ ପ୍ରାୟ 125 ଜଣ ଦିବ୍ୟାଙ୍ଗଙ୍କୁ ଦୈନିକ ଦୁଇଥର ଖାଦ୍ୟ ଯୋଗାଉଛନ୍ତି । ଆଉ ଏଥିରେ ତାଙ୍କୁ ପୋଲିସ ମଧ୍ୟ ସହାୟତା କରୁଛି ।