କଟକ: ପ୍ରେମରେ ପ୍ରତାରଣା । ମନ ସଙ୍ଗେ ଖେଳିଲା ଖେଳ । ଭାଙ୍ଗିଲା ହୃଦୟ । ଶେଷରେ ପ୍ରେମିକାର ପ୍ରତାରଣା ସହି ନାପାରି ଜୀବନ ହାରିଲା ପ୍ରେମିକ । ଶନିବାର କଟକ ତାଳ ଦଣ୍ଡା ରେଳ ଲାଇନ୍ ଉପରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ ।
ମୃତକ ଜଣକ କଟକ ରାଉସ ପାଟଣା ଅଞ୍ଚଳର ମନୋଜ ସ୍ବାଇଁ ବୋଲି ଜଣାପଡ଼ିଛି । ଏହାସହ ତାଙ୍କ ମୃତ ଶରୀର ନିକଟରୁ ମିଳିଛି ଏକ ସୁଇସାଇଡ଼ ନୋଟ । ଯେଉଁଥିରେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି । ସୁଇସାଇଡ଼ ନୋଟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରେମିକାର ବିବାହ ତାରିଖ ଠିକ ହୋଇଥିବାବେଳେ ମନୋଜଙ୍କ ସହ ସମ୍ପର୍କରେ ନଥିଲେ ଉକ୍ତ ଯୁବତୀ ।