ଓଡିଶା

odisha

ETV Bharat / city

ରାଜ୍ୟ କୁସ୍ତି ପ୍ରତିଯୋଗୀତା ଆରମ୍ଭ, ଜାତୀୟ ଦଳରେ ଚୟନ ଲକ୍ଷ୍ୟ - ଓଡିଶା ରାଜ୍ୟ କୁସ୍ତି ସଂଘ

ବାରବାଟୀ ଷ୍ଟାଡିୟମରେ ଥିବା କ୍ଳବ ହାଉସରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସିନିୟର କୁସ୍ତି ପ୍ରତିଯୋଗିତା । ଅଧିକ ପଢନ୍ତୁ...

Wrestling match start in odisha
ରାଜ୍ୟ କୁସ୍ତି ପ୍ରତିଯୋଗୀତା ଆରମ୍ଭ , ଲକ୍ଷ୍ୟ ଜାତୀୟ ଦଳରେ ଚୟନ

By

Published : Aug 10, 2021, 4:13 PM IST

କଟକ:ଆରମ୍ଭ ହେଲା ରାଜ୍ୟସ୍ତରୀୟ ସିନିୟର କୁସ୍ତି ପ୍ରତିଯୋଗିତା। ବାରବାଟୀ ଷ୍ଟାଡିୟମରେ ଥିବା କ୍ଳବ ହାଉସରେ ମଙ୍ଗଳବାର ଏହି ମେଗା ମୁକାବିଲା ଆରମ୍ଭ ହୋଇଛି । ଆଜି ରାଜ୍ୟ କୁସ୍ତି ସଂଘ ପକ୍ଷରୁ ଆୟୋଜନ କରାଯାଇଛି ।

ରାଜ୍ୟ କୁସ୍ତି ପ୍ରତିଯୋଗୀତା ଆରମ୍ଭ , ଲକ୍ଷ୍ୟ ଜାତୀୟ ଦଳରେ ଚୟନ

ରାଜ୍ୟର ବଛା ବଛା ପୁରୁଷ ଓ ମହିଳା ସିନିୟର ଖେଳାଳି ଏହି ପ୍ରତିଯୋଗୀତାରେ ମୁହାଁମୁହିଁ ହୋଇଛନ୍ତି। ତେବେ ଚଳିତମାସ 29 ରେ ତାମିଲନାଡୁରେ ହେବାକୁ ଥିବା ଜାତୀୟ ଦଳ ପାଇଁ ଚୟନ ପ୍ରକ୍ରିୟାରେ ଓଡିଶାର ଖେଳାଳି ନଜର ଆସିବେ ବୋଲି ଆଶା ରଖିଛି ସଙ୍ଘ। ତେବେ ପୁରୁଷରେ 70 ,80,90 କେଜି କାଟାଗୋରୀରେ ମ୍ୟାଚ ଆରମ୍ଭ ହୋଇଥିଲା ବେଳେ ମହିଳାରେ 50 , 60,70 କେଜି କାଟାଗୋରୀ ମ୍ୟାଚ ହୋଇଥିଲା। ମୋଟ 5ଟି ଜଲ୍ଲାରୁ ଆସିଥିଲେ ଦକ୍ଷ ଖେଳାଳୀ।

ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ କୁସ୍ତି ସଂଘର ସମ୍ପାଦକ କିଶୋର ବେହେରା ଓ ସଭାପତି ରାମଚନ୍ଦ୍ର ପଢୀ ଉପସ୍ଥିତ ରହିଛନ୍ତି । ଆଗାମୀ ଦିନରେ କୁସ୍ତି ଖେଳାଳିଙ୍କୁ ପ୍ରୋତ୍ସାହନ ସହ ଟ୍ରେନିଂର ଆବଶ୍ୟକତା ରହିଛି ବୋଲି କୁସ୍ତି ସଂଘର ସଦସ୍ୟ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details