କଟକ: ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଶୁକ୍ରବାର କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ପଞ୍ଚାୟତ ବ୍ରାହ୍ମଣ ମଣିଜୋରି ଗ୍ରାମରେ ଥିବା ଗୋବରୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ରାହାଣିଆ ପଞ୍ଚାୟତ ଗୋକୁଳପୁର ଗ୍ରାମର ହରପ୍ରିୟା ସାହୁ ବୋଲି ଜଣାପଡିଛି।
ତେବେ କୁଆଁପାଳ ଦମକଳ ବାହିନୀ ପହଞ୍ଚି ନଦୀରୁ ହରପ୍ରିୟା ସାହୁଙ୍କ ମୃତଦେହକୁ ଉଦ୍ଧାର କରିଛି । ଏପଟେ ମୃତ ହରପ୍ରିୟା ସାହୁଙ୍କ ବାପଘର ଲୋକ ତାଙ୍କ ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।