ଓଡିଶା

odisha

ETV Bharat / city

କୁତାଖାଇ ସାହିରେ ମହିଳାଙ୍କ ହତ୍ୟା ଘଟଣା: ଦୋଷୀକୁ ଗିରଫ କରିବା ନେଇ ଡିସିପିଙ୍କୁ ଦାବୀପତ୍ର - ଦୋଷୀକୁ ତୁରନ୍ତ ଚିହ୍ନଟ କରିବାକୁ ଡିସିପିଙ୍କୁ ଦାବୀପତ୍ର

ମହିଳାଙ୍କୁ ଘରେ ପଶି ହତ୍ୟା । ଏହି ହତ୍ୟାକାଣ୍ଡ ଘଟଣାକୁ ପୂରିଲା ୩ ଦିନ । ହେଲେ ମୁଖ୍ୟ ଅଭିଯୁକ୍ତକୁ ଧରିପାଉନି ପୋଲିସ । ଅଧିକ ପଢ଼ନ୍ତୁ

କୁତାଖାଇ ସାହିରେ ମହିଳାଙ୍କ ବେକ କାଟି ହତ୍ୟା ଘଟଣା : ଦୋଷୀକୁ ତୁରନ୍ତ ଚିହ୍ନଟ କରିବାକୁ ଡିସିପିଙ୍କୁ ଦାବୀପତ୍ର
କୁତାଖାଇ ସାହିରେ ମହିଳାଙ୍କ ବେକ କାଟି ହତ୍ୟା ଘଟଣା : ଦୋଷୀକୁ ତୁରନ୍ତ ଚିହ୍ନଟ କରିବାକୁ ଡିସିପିଙ୍କୁ ଦାବୀପତ୍ର

By

Published : Jul 18, 2022, 4:58 PM IST

କଟକ :କଟକ ସହରର କୁତାଖାଇ ସାହିରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ତେବେ ଏହି ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କରିଲା ସେନେଇ ବି କୌଣସି ତଥ୍ୟ ପାଇପାରି ନାହିଁ ପୋଲିସ । ଏହି ଘଟଣାକୁ ନେଇ ଆଜି ତେଲଗୁ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ କଟକ ଡିସିପିଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି ।

କୁତାଖାଇ ସାହିରେ ମହିଳାଙ୍କ ବେକ କାଟି ହତ୍ୟା ଘଟଣା : ଦୋଷୀକୁ ତୁରନ୍ତ ଚିହ୍ନଟ କରିବାକୁ ଡିସିପିଙ୍କୁ ଦାବୀପତ୍ର

ଅଭିଯୁକ୍ତକୁ ତୁରନ୍ତ ଧରି ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ଏହି ପ୍ରତିନିଧି ଦଳ । ମହିଳାଙ୍କ ହତ୍ୟା ଘଟଣା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଥିବା ନେଇ ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନରେ ଅନେକ ଅପରାଧିକ କାର୍ଯ୍ୟ ଘଟୁଛି ମାତ୍ର କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାନଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details