ଓଡିଶା

odisha

ETV Bharat / city

ସ୍ବାମୀର ଦ୍ବିତୀୟ ବିବାହ ଜିଦ୍‌ ପାଇଁ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ - woman attempt suicide

ଯୌତୁକ ନିର୍ଯାତନା ଓ ଦ୍ବିତୀୟ ବିବାହ ପାଇଁ ସ୍ବାମୀର ଜିଦରେ ଆତ୍ମହତ୍ୟାର ବାଟ ଆପଣେଇଲା ସ୍ତ୍ରୀ । ବିରୂପା ନଦୀକୁ ଡେଇଁ କଲା ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଲୋକେ ପହଞ୍ଚି କଲେ ଉଦ୍ଧାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 20, 2019, 2:25 PM IST

କଟକ: ଯୌତୁକ ନିର୍ଯାତନା ଓ ଦ୍ବିତୀୟ ବିବାହ ପାଇଁ ସ୍ବାମୀର ଜିଦରେ ଆତ୍ମହତ୍ୟାର ବାଟ ଆପଣେଇଲା ସ୍ତ୍ରୀ । ବିରୂପା ନଦୀକୁ ଡେଇଁ କଲା ଆତ୍ମହତ୍ୟା ଉଦ୍ୟମ । ଘଟଣାସ୍ଥଳରେ ସ୍ଥାନୀୟ ଗାଁ ଲୋକେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ କଲେ ଭର୍ତ୍ତି । ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା କୁଣ୍ଡି ପଞ୍ଚାୟତ ଜଗନ୍ନାଥପୁର ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗାଁର ଟୁଟୁ ଜେନା ଦ୍ବିତୀୟ ବିବାହ କରିବା ଜିଦ୍‌କୁ ନେଇ ସ୍ତ୍ରୀ ଝିଲି ଜେନାଙ୍କ ସହ ତାଙ୍କର ବାରମ୍ବାର ବଚସା ହେଉଥିଲା । ଏହା ସହ ଟୁଟୁ, ସ୍ତ୍ରୀ ଝିଲିଙ୍କୁ ଯୌତୁକ ନିର୍ଯାତନା ମଧ୍ୟ ଦେଉଥିବାର ଅଭିଯୋଗ ରହିଛି । ବାରମ୍ବାର ଏପରି ହେବାରୁ ଶେଷରେ ଝିଲି ଆତ୍ମହତ୍ୟା କରିବାର ବାଟ ବାଛିଥିବା ସୂଚନା ମିଳିଛି । ତେବେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସ୍ବାମୀ ଟୁଟୁ ଜେନା ଫେରାର ରହିଥିବା ଜଣାପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details