କଟକ: ସିଲଭରସିଟି ଗ୍ରୀନ ଜୋନ ହେବା ପରେ ବେଆଇନ ମଦ ଜବତ । ଗୋଟିଏ ବୋଲେରୋରେ ଲଦା ଯାଇଥିଲା 120 ପେଟି ଆଇଡି ଲିକର । ଯାହାକୁ ଜବତ କରିଛି କମିଶନରେଟ ପୋଲିସ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।
ସେମାନେ ଶଙ୍କର ସାହୁ ଓ ସପନ ବେହେରା ବୋଲି ଜଣାପଡିଛି । ତେବେ ସୂଚନା ଅନୁସାରେ,ଏହି ମଦ ଗାଡିଟି କଟକରୁ ଜଗତସିଂହପୁର ଯିବାର ଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପକାଇଥିଲା ରେଡ଼ । ଆଉ ଗିରଫ ହୋଇଥିଲେ ଏହି ଦୁଇ ଜଣ ଦୁର୍ବୃତ୍ତ ।