କଟକ:ସ୍ବାମୀ ସାଜିଲା ସୈତାନ। ଟଙ୍କା ଲୋଭରେ ସ୍ତ୍ରୀକୁ ଅନୈତିକ କାର୍ଯ୍ୟ କରିବା ଲାଗି କରିଛି ବାଧ୍ୟ । ଏପରିକି ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ଜିଲ୍ଲାର ନୂଆପଡା ଘାଟକୁଳ ସନ୍ତୋଷୀ ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ନିଜ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ଏପରି ଅଭିଯୋଗ । କିନ୍ତୁ ଅଭିଯୋଗ ପରେ ପୋଲିସର ହାତ ଖାଲି ଥିବାରୁ ପୀଡ଼ିତା ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ।
ପୀଡ଼ିତା ସ୍ବାମୀ କୈଳାସ ବେହେରା ଓରଫ କାଳୁଙ୍କ ବିରୁଦ୍ଧରେ ଆଣିଛନ୍ତି ଏହି ସାଙ୍ଘାତିକ ଅଭିଯୋଗ । କାଳୁ ତାଙ୍କୁ ହତ୍ୟା ଉଦ୍ୟମ କରିବା ସହିତ ପ୍ରତ୍ୟେକ ଦିନ ମାନସକି ନିର୍ଯାତନା ଦେଉଥିଲେ । ଏପରି ସ୍ଥିତିର ଜୀବନ ଜିଇଁବା ତାଙ୍କ ପାଇଁ କଷ୍ଟ ହୋଇ ପଡୁଥିଲା । ଏମିତିକି ସ୍ତ୍ରୀ ପୋଲିସରେ ଅଭିଯୋଗ ଦେବା ପରେ ମଧ୍ୟ ପୋଲିସର ହାତ ଖାଲି ଥିବା ଜଣାପଡ଼ିଛି । ଯାହାଫଳରେ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ମହିଳା ।