ଓଡିଶା

odisha

ETV Bharat / city

Ranji match: ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶାର ପ୍ରଦର୍ଶନ ଫିକା, ପ୍ରଥମ ଇନିଂସରେ ବେଙ୍ଗଲ ୨୪୨ରେ ଅଲଆଉଟ

ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଆଜିଠୁ ଆରମ୍ଭ ହୋଇଛି । ବାରବାଟୀରେ ବି ଗ୍ରୁପରେ ହାଇଦ୍ରାବାଦ ଓ ବେଙ୍ଗଲ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଥିଲାବେଳେ ଅହମ୍ମଦାବାଦରେ ଗ୍ରୁପ ଡିରେ ସୌରାଷ୍ଟ୍ରକୁ ଭେଟିଛି ଓଡ଼ିଶା । ଅଧିକ ପଢ଼ନ୍ତୁ

By

Published : Feb 24, 2022, 7:51 PM IST

west bengal all out in 242 runs in first innings while sourashtra made 325 runs against odisha
Ranji match: ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶାର ପ୍ରଦର୍ଶନ ଫିକା, ପ୍ରଥମ ଇନିଂସରେ ବେଙ୍ଗଲ ୨୪୨ରେ ଅଲଆଉଟ

କଟକ: ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଆଜିଠୁ ଆରମ୍ଭ ହୋଇଛି । ବାରବାଟୀରେ ବି ଗ୍ରୁପରେ ହାଇଦ୍ରାବାଦ ଓ ବେଙ୍ଗଲ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଥିଲାବେଳେ ଅହମ୍ମଦାବାଦରେ ଗ୍ରୁପ ଡିରେ ସୌରାଷ୍ଟ୍ରକୁ ଭେଟିଛି ଓଡ଼ିଶା । ପ୍ରଥମ ଦିନରେ ବେଙ୍ଗଲର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ବେଙ୍ଗଲ ଟିମ୍‌ ସମସ୍ତ ୱିକେଟ ହରାଇ ୨୪୨ ରନ୍‌ ଜବାବରେ ହାଇଦ୍ରାବାଦ ଟିମ୍‌ ୨ ୱିକେଟ ହରାଇ ୧୫ ରନ୍‌ ସଂଗ୍ରହ କରିଛି ।

Ranji match: ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶାର ପ୍ରଦର୍ଶନ ଫିକା, ପ୍ରଥମ ଇନିଂସରେ ବେଙ୍ଗଲ ୨୪୨ରେ ଅଲଆଉଟ

ସେପଟେ ପ୍ରଥମ ଦିନରେ ଓଡ଼ିଶା ପ୍ରଥମେ ବୋଲିଂ କରିଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର ୪ ୱିକେଟ ହରାଇ ବିଶାଳ ୩୨୫ ରନ୍‌ କରିଛି । ପ୍ରଥମ ଦିନରେ ଓଡ଼ିଶା କିଛି କମାଲ କରିପାରିନି । ଓଡ଼ିଶାର ବୋଲିଂ ପ୍ରଦର୍ଶନ ଫ୍ୟାନ୍ସମାନଙ୍କୁ ସାମାନ୍ୟ ନିରାଶ କରିଛି ।

ଏହାସତ୍ତ୍ବେ ମ୍ୟାଚ୍‌କୁ ନିଜ କବ୍‌ଜାକୁ ଆଣିବାକୁ ଓଡ଼ିଶା ପାଖରେ ସୁଯୋଗ ରହିଛି । କାରଣ ହାତରେ ଆହୁରି ୩ ଦିନ ବାକି ରହିଛି । ଦୁଇଟି ରଣଜୀ ମ୍ୟାଚ୍‌ର ଫଳାଫଳ ନିଶ୍ଚୟ ବାହାରିବ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details