କଟକ: ଅଦିନିଆ ବର୍ଷା କଲା ହିନସ୍ତା । ପାଖାପାଖି 2 ଘଣ୍ଟାର ବର୍ଷାରେ କଟକ ହୋଇଛି ବେହାଲ । ଚାରି ଆଡ଼େ ଦୃଶ୍ୟମାନ ହେଲା କୁତ୍ରିମ ବନ୍ୟା । ବିଶେଷକରି ବାଦାମବାଡ଼ି, ସୂତାହାଟ, ହରିପୁର ଇତ୍ୟାଦି ଅଞ୍ଚଳରେ ବର୍ଷା ବିଭିନ୍ନ ସମସ୍ୟା ଠିଆ କରିଛି ।
ଅଦିନିଆ ବର୍ଷାରେ ଭାସିଲା କଟକ - water logging situation in cuttack
ଅଦିନିଆ ବର୍ଷାରେ ବେହାଲ କଟକ । ପାଖାପାଖି 2 ଘଣ୍ଟା ବର୍ଷାରେ ସହରରେ ପାଣି ଜମିଛି । ଏଭଳି ପରିସ୍ଥିତି ପାଇଁ ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.....
ଅଦିନିଆ ବର୍ଷାରେ ଘାଇଲା କଟକ ସହର
ଯାହାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାଧାରଣ ଜନତା । ତେବେ ଏହି ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନକୁ ଦୋଷ ଦେଇଛନ୍ତି କଟକ ବାସିନ୍ଦା । ବାରମ୍ବାର ନାଳ ଓ ଆବର୍ଜନା ସଫା ହେବା ପାଇଁ ଦାବି ହୋଇ ଆସୁଥିଲେ ସୁଧା ସ୍ଥିତି ଯଥା ପୂର୍ବଂ ତଥା ପରଂ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ