କଟକ: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁୁମାନ କ୍ରମେ ରାଜ୍ୟର ଭିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିଲା । ତେବେ କଟକରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ପ୍ରାୟ ଘଣ୍ଟାଏ ବର୍ଷା ଲାଗି ରହିଥିବା ବେଳେ ଜଳମଗ୍ନ ହୋଇଥିଲା 52 ବଜାର ଓ 53 ଗଳିର ସହର ।
ଅସରାଏ ବର୍ଷାରେ ଉବୁଟୁବୁ ସିଲଭର୍ ସିଟି - rain in cuttack
ଅପରାହ୍ନରେ ହୋଇଥିବା ଘଣ୍ଟାକର ବର୍ଷାରେ ଜଳମଗ୍ନ କଟକ ସହର । ବାଦାମବାଡି ଅଞ୍ଚଳରେ ମଧ୍ୟ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିଲା। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଅପରାହ୍ନର ଏହି ବର୍ଷା ଯୋଗୁଁ ପାଲାମଣ୍ଡପ ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଜମି ରହିଥିଲା । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବାଦାମବାଡି ବସଷ୍ଟାଣ୍ଡରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ତେବେ ସହରରେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ