କଟକ: ଅଦିନିଆ ବର୍ଷାରେ ବେହାଲ ସିଲଭର ସିଟି । ରାସ୍ତା ଉପରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଯିବାରୁ ହନ୍ତସନ୍ତ ଲୋକେ । ବିଶେଷ କରି କାଜି ବଜାର, ବାଦାମବାଡି, ରୋଭର ଷ୍ଟ୍ରିଟ, ସୂତାହାଟ ଅଞ୍ଚଳରେ ଜଳବନ୍ଦୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ଶୀତର ଯାଇ ନଥିବାବେଳେ, ଅନ୍ୟପଟେ ବର୍ଷାର ପ୍ରକୋପ କଟିକିଆଙ୍କ ନିଦ ହଜାଇଛି । ଆଜି ସକାଳୁ ଲଗାଣ ବର୍ଷା ଆରମ୍ଭ ହୋଇଥିବାବେଳେ, ନାଳ ପାଣି ଆସି ରାସ୍ତାରେ ଉପରେ ଭାସୁଛି । ଏଭଳି ସ୍ଥିତି କେବଳ ବର୍ଷା ଋତୁରେ ଦେଖିବାକୁ ମିଳୁଥିବାବେଳେ, ଶୀତରେ ଏଭଳି ପରିସ୍ଥିତି ଲୋକଙ୍କୁ ନାନା ସମସ୍ୟାରେ ପକାଇଛି ।
କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା - rain in cuttack
ଶୀତ ଯାଇନି। ମାଡିଆସିଲା ଅଦିନିଆ ବର୍ଷା । ଯେମିତି ବୋଝ ଉପରେ ନଳିତା ବିଡା ହୋଇ କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା ।

କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା
କଟକବାସୀଙ୍କୁ କଲବଲ କରୁଛି ଅଦିନିଆ ବର୍ଷା
କଟକରୁ ନାରାୟଣ ସାହୁ, ଇଟିଭି ଭାରତ