ଓଡିଶା

odisha

ETV Bharat / city

ମୁଣ୍ଡଳିରେ କମିଛି ଜଳସ୍ତର, ଏବେ ବି ବିପଦ ସଙ୍କେତ ଉପରେ ମହାନଦୀ

ମୁଣ୍ଡଳିରେ କମୁଛି ଜଳସ୍ତର । ତଥାପି ଏବେ ଯାଏଁ ବିପଦ ସଙ୍କେତ ଉପରେ ରହିଛି ମହାନଦୀ । ଅଧିକ ପଢନ୍ତୁ

ମୁଣ୍ଡଳିରେ କମିଛି ଜଳସ୍ତର, ଏବେ ବି ବିପଦ ସଙ୍କେତ ଉପରେ ମହାନଦୀ
ମୁଣ୍ଡଳିରେ କମିଛି ଜଳସ୍ତର, ଏବେ ବି ବିପଦ ସଙ୍କେତ ଉପରେ ମହାନଦୀ

By

Published : Aug 17, 2022, 1:54 PM IST

କଟକ: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଥିବାବେଳେ ମୁଣ୍ଡଳିରେ କମିଛି ଜଳସ୍ତର । ହେଲେ ତଥାପି ବିପଦ ସଂକେତ ଉପରେ ରହିଛି ମହାନଦୀ । ମହାନଦୀରେ ବିପଦ ସଂକେତ ୨୧.୯୪ ମିଟର ରହିଥିବା ବେଳେ ୨୨ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ମାତ୍ର ପୂର୍ବ ଅପେକ୍ଷା ଉଭୟ କାଠଯୋଡ଼ି ଓ ମହାନଦୀର ଜଳସ୍ତର କମିବା ଆରମ୍ଭ କରିଛି । ବର୍ତ୍ତମାନ କାଠଯୋଡ଼ିରେ ବିପଦ ସଂକେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି ।

ମହାନଦୀରେ ପ୍ରାୟ ୧୨ ଘଣ୍ଟା ୧୨ ଲକ୍ଷ କ୍ୟୁସେକ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ତେବେ ଆଜି ଅପରାହ୍ନ ୧୨ ଟା ସୁଦ୍ଧା ଖଇରମାଳ ଦେଇ ୯ ଲକ୍ଷ ୭୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବରମୂଳ ଦେଇ ୮ ଲକ୍ଷ ୮୪ ହଜାର ୭୫୦ କ୍ୟୁସେକ ଜଳ ପ୍ରବହିତ ହେଉଛି । ମୁଣ୍ଡଳୀ ଦେଇ ୧୧ ଲକ୍ଷ ୨୮ ହଜାର ୯୪୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜ ଦେଇ କାଠ ଯୋଡିନଦୀରେ ୫ ଲକ୍ଷ ୫୮ ହଜାର ୬୫୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details