ଓଡିଶା

odisha

By

Published : Aug 14, 2022, 12:56 PM IST

ETV Bharat / city

ଫୁଲୁଛି ମହାନଦୀ, ବଢୁଛି ବନ୍ୟା ଭୟ

ଫୁଲୁଛି ମହାନଦୀ, ମୁଣ୍ଡୁଳୀ ଦେଇ ମହାନଦୀରେ 5,37,86 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅଧିକ ପଢନ୍ତୁ

ଫୁଲୁଛି ମହାନଦୀ, ବନ୍ୟା ଆଶଙ୍କା
ଫୁଲୁଛି ମହାନଦୀ, ବନ୍ୟା ଆଶଙ୍କା

କଟକ:ହୀରାକୁଦର ୩୪ ଗେଟ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି । ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଫଳ ସ୍ୱରୂପ ମହାନଦୀର ବନ୍ୟା ପାଣି 10 ଲକ୍ଷ୍ୟ କ୍ୟୁସେକର ପରିମାଣକୁ ପାର କରି ପାରେ ବୋଲି ପୂର୍ବାନୁମାନ କରାଯାଉଛି । ଯାହା ଛୋଟ ବନ୍ୟା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

କାରଣ ଖଇରମାଳ ଦେଇ ସେକେଣ୍ଡ ପ୍ରତି 9 ଲକ୍ଷ 10 ହଜାର କ୍ୟୁସେକ ଜଳ ନିଷ୍କାସିତ ହେବା ଆରମ୍ଭ ହୋଇଛି । ତେବେ ଆଜି ସକାଳ ସୁଦ୍ଧା ବରମୂଳ ଦେଇ 6 ଲକ୍ଷ 8 ହଜାର କ୍ୟୁସେକ ଜଳ ପ୍ରବହିତ ହେଉଥିବା ବେଳେ ମୁଣ୍ଡୁଳୀ ଦେଇ ମହାନଦୀରେ 5,37,86 କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏବଂ ଜୋବ୍ରା ବ୍ୟାରେଜ ଦେଇ 2, 37, 852କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ନରାଜ ଦେଇ କାଠଯୋଡି ନଦୀରେ 2, 67, 279 କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ABOUT THE AUTHOR

...view details