ଓଡିଶା

odisha

ETV Bharat / city

ତାଲାବନ୍ଦ ନିୟମ ଉଲ୍ଲଂଘନ,୨୪ ଘଣ୍ଟାରେ ରାଜ୍ୟରେ ୬ଟି ମାମଲା ରୁଜୁ - cuttack news

ତାଲାବନ୍ଦ ନିୟମ ଉଲ୍ଲଂଘନ କରୁଛନ୍ତି ଅନେକ । ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୬ ଟି ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ..

violation of lockdown law,6 cases have been registerd in 24 hr
ତାଲାବନ୍ଦ ନିୟମ ଉଲ୍ଲଂଘନ,୨୪ ଘଣ୍ଟାରେ ରାଜ୍ୟରେ ୬ଟି ମାମଲା ରୁଜୁ

By

Published : May 25, 2020, 9:34 PM IST

କଟକ: ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୨୯୬ ଟି ମାମଲା ରୁଜୁ କରାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି ।

ଏହି ୬ଟି ମାମଲା ମଧ୍ୟରୁ ୫ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ଗୋଟିଏ ମାମଲା ଅନ୍ୟାନ୍ୟ ପାଇଁ ରୁଜୁ କରାଯାଇଛି ବୋଲି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details