କଟକ: ସ୍ନାନ ମଣ୍ଡପ ଉପରେ ସ୍ନାନ ନୀତି କରୁଥିବା ସେବାୟତ ଓ ପୂଜକମାନେ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ବଜାୟ ରଖିନଥିଲେ । ୟାହାକୁ ନେଇ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ଆଇନଜୀବୀ ଦିଲୀପ ରାୟଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ଜନସ୍ବାର୍ଥ ମାମଲାରେ ଆଇନ ଉଲଙ୍ଘନକାରୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସ୍ନାନ ମଣ୍ଡପରେ ମାସ୍କ ପିନ୍ଧିଲେନି ସେବାୟତ, ହାଇକୋର୍ଟରେ ମାମଲା - ସ୍ନାନ ବେଦୀରେ ସାମାଜିକ ଦୂରତା ଭାଙ୍ଗିଲେ ସେବାୟତ
ସ୍ନାନ ମଣ୍ଡପ ଉପରେ ସ୍ନାନ ନୀତି କରୁଥିବା ସେବାୟତ ଓ ପୂଜକମାନେ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ବଜାୟ ରଖିନଥିଲେ । ୟାହାକୁ ନେଇ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି ।
ସ୍ନାନ ମଣ୍ଡପରେ ମାସ୍କ ନପିନ୍ଧିବା ସେବାୟତଙ୍କୁ ପଡିଲା ମହଙ୍ଗା
କେବଳ ସେତିକି ନୁହେଁ ପୁନର୍ବାର ଯେପରି ଏଭଳି ଘଟଣା ନଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରାର୍ଥନା କରାଯାଇଛି । ସେହିପରି ରଥଯାତ୍ରା ସମୟରେ ପୋଲିସ କିମ୍ବା ସେବାୟତଙ୍କ ପରିବର୍ତ୍ତେ ମେସିନ ସାହାଯ୍ୟରେ ରଥ ଟାଣିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ, ଆଇନମନ୍ତ୍ରୀ, ପୁରୀ ଜିଲ୍ଳାପାଳ, ମନ୍ଦିର ପ୍ରଶାସନଙ୍କ ସମେତ 7 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ