କଟକ: ସାଧାରଣ ଲୋକ ସାମ୍ନା କରିବେନି କୌଣସି ପ୍ରକାରର ଅସୁବିଧା । ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ସମସ୍ତ ସୁବିଧା । ଜିଲ୍ଲାରେ ଗୋଟିଏ ସପ୍ତାହ ଧରି ଜାରି ରହିଥିବା ଭିଜିଲାନ୍ସ ସପ୍ତାହରେ ଏପରି ଶପଥ ନେଇଛନ୍ତି ସମସ୍ତ ପ୍ରଶାସନିକ ଅଧିକାରୀ ।
କୌଣସି ଲୋକେ ପ୍ରଶାସନିକ ସେବାରୁ ହେବେନି ବଞ୍ଚିତ: ଜିଲ୍ଲାପାଳ - ଭିଜିଲାନ୍ସ ସପ୍ତାହ
କଟକ ଜିଲ୍ଲାରେ ଗୋଟିଏ ସପ୍ତାହ ଧରି ଚାଲିଛି ଭିଜିଲାନ୍ସ ସପ୍ତାହ । ଏହି ଅବସରରେ କୌଣସି ଲୋକେ ପ୍ରଶାସନିକ ସେବାରୁ ବଞ୍ଚିତ ନ ହେବା ପାଇଁ ଶପଥ ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...
![କୌଣସି ଲୋକେ ପ୍ରଶାସନିକ ସେବାରୁ ହେବେନି ବଞ୍ଚିତ: ଜିଲ୍ଲାପାଳ 'କୌଣସି ଲୋକେ ପ୍ରଶାସନିକ ସେବାରୁ ହେବେନି ବଞ୍ଚିତ'](https://etvbharatimages.akamaized.net/etvbharat/prod-images/768-512-13462535-thumbnail-3x2-ctc.jpg)
'କୌଣସି ଲୋକେ ପ୍ରଶାସନିକ ସେବାରୁ ହେବେନି ବଞ୍ଚିତ'
'କୌଣସି ଲୋକେ ପ୍ରଶାସନିକ ସେବାରୁ ହେବେନି ବଞ୍ଚିତ'
ଆଜି(ମଙ୍ଗଳବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ସମସ୍ତ ଅଧକାରୀଙ୍କୁ ତାଗିଦ କରିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଜିଲ୍ଲା ହେଉ କି ସହର । ସମସ୍ତ ଜନତା ସମାନ। କୌଣସି ବି ସାଧାରଣ ଜନତା ଯେପରି ନିଜର ଅଭିଯୋଗ ଓ ଅସୁବିଧାର ନ୍ୟାୟ ଶୀଘ୍ର ପାଇବ ସେ ନେଇ ଅଧିକାରୀଙ୍କୁ ବୁଝାଇଛନ୍ତି ଜିଲ୍ଲାପାଳ । ଏହାପରେ ପ୍ରଶାସନିକ ଅଧିକାରୀମାନେ ସାଧୁତାର ଶପଥ ପାଠ କରିଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ