ଓଡିଶା

odisha

ETV Bharat / city

ବେଲଗାମ ପରିବା ଦର, ଖାଉଟି ମୁଣ୍ଡରେ ଚଡକ - କଟକ

ପରିବା ଦର ଆକାଶ ଛୁଆଁ । କିଣିବାକୁ ଯାଉନି ହାତ । 1 କେଜି ଜାଗାରେ ବ୍ୟାଗରେ ପଡୁଛି 250 ଗ୍ରାମ । ଏଭଳି ଦେଖିବାକୁ ମିଳିଛି କଟକ ଛତ୍ରବଜାରରେ ।

ଡିଜାଇନ ଫଟୋ

By

Published : Jul 16, 2019, 11:22 PM IST

Updated : Jul 17, 2019, 4:06 PM IST

କଟକ: ଆକାଶ ଛୁଆଁ ପରିବା ଦର । ଏକ ମାସ ମଧ୍ୟରେ ପରିବା ଦର ଦ୍ବିଗୁଣିତ । ପରିବାକୁ ହାତ ମାରିବା କଷ୍ଟକର । ପ୍ରତ୍ୟେକ ପରିବା କିଲୋ ପିଛା 40 ଟଙ୍କାରୁ ଅଧିକ ଦରରେ ବଜାରରେ ବିକ୍ରି ହେଉଛି । ଯାହାକି ଗ୍ରାହକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବେଲଗାମ ପରିବା ଦର । ସତେ ଯେପରି ପରିବା ମଣ୍ଡିରେ ନିଆଁ ଲାଗିଛି । ଛତ୍ର ବଜାର ପରିବା ମଣ୍ଡିରେ ପୋଟଳ କିଲୋ ପିଛା 50 ଟଙ୍କାରୁ 60 ଟଙ୍କା, ବାଇଗଣ 40ରୁ 50,ଝୁଡଙ୍ଗ 50 ରୁ 60,କଲରା 60 ରୁ 70, ବିଲାତି 60 ରୁ 70, କାଙ୍କଡ 60 ରୁ 90, ଗାଜର କିଲୋପ୍ରତି 40 ରୁ 50 ଟଙ୍କା ଦରରେ ବିକ୍ରି ହେଉଛି ।

ଯେଉଁଠି ପୂର୍ବରୁ ଶହେ-ଦେଢଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉଥିଲା ଏବେ ତାହା 5ଶହ ଟଙ୍କା ଲାଗି ଯାଉଛି । ପରିବା ଦର ବୃଦ୍ଧି ଫଳରେ ଖାଉଟିଙ୍କୁ ଏବେ 1 କିଲୋ ବଦଳରେ ଅଢେଇଶହ, ଅଧକିଲୋ ପରିବା ନେବାକୁ ପଡୁଛି । ସେହିପରି ଗରିବ ଲୋକଙ୍କ କଥା ନ କହିବା ଭଲ, ପରିବା କିଣିବା ସେମାନଙ୍କ ପାଇଁ ସତେ ଯେପରି ସାତ ସପନ । ତେବେ ପରିବା ଦର ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଖାଉଟି ।

ତେବେ ଏହି ସମୟରେ ପରିବା, ସାଧାରଣତଃ ଅନୁଗୋଳ, ବାଙ୍କୀ, ଆଠଗଡ, କେଉଁଝର ଆଦି ସ୍ଥାନରୁ ଅମଳ ହୋଇ ପରିବାମଣ୍ଡିକୁ ଆସିଥାଏ । କିନ୍ତୁ ଫନି ବାତ୍ୟା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଯାଇଥିବାରୁ ପରିବା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ପଶ୍ଚିମବଙ୍ଗ, ବିହାର, ରାଞ୍ଚି, ମହାରାଷ୍ଟ୍ର ଆଦି ସ୍ଥାନରୁ ଯେଉଁ ପରିବା ଆସୁଛି ତା ଦର ଅଧିକ ରହୁଛି । ଯାହାଫଳରେ ପରିବା ଦର ଅଧିକ ରହୁଥିବା ବ୍ୟବସାୟୀ ସଂଘ କହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 17, 2019, 4:06 PM IST

ABOUT THE AUTHOR

...view details