କଟକ: ଆଜି(ଶୁକ୍ରବାର) କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ।ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଛନ୍ତି । ଆସନ୍ତା ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି ।
ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଆଜି(ଶୁକ୍ରବାର) କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଉଭୟ । ଅଧିକ ପଢନ୍ତୁ...
ଫ୍ୟାମିଲ କୋର୍ଟରେ ହଜାର ହେଲେ ବର୍ଷା-ଅନୁଭବ
ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ବର୍ଷାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୂଚନା ଦେଇଛନ୍ତି । ଫ୍ୟାମିଲି କୋର୍ଟରେ ଅନ୍ୟ ଏକ ମାମଲାରେ ଏକ୍ସ ପାର୍ଟି ଶୁଣାଣି ପାଇଁ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏକ ପିଟିସନକୁ ଅନୁଭବଙ୍କ ପକ୍ଷରୁ ଆଉ ଆଗକୁ ନ ବଢ଼ାଇ ନଟ ପ୍ରେସ କରାଯାଇଥିବା ଜଣାପଡିଛି । ତେବେ ଆଇନ ତା ବାଟରେ ଯିବ ବୋଲି ଅନୁଭବ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ