କଟକ: ସମୀକ୍ଷା ବୈଠକ ଡାକିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । 2022ରେ କଟକର ବିକାଶ ପାଇଁ ସମସ୍ତ ଉନ୍ନୟନ ବିଭାଗକୁ କଲେ ତାଗିଦ । ଅନେକ ବିକାଶମୂଳକ କାର୍ଯ୍ୟ ଯେପରି ଯାଇକା, ବକ୍ସ ଡ୍ରେନ, ଆଲୋକୀକରଣ, ହାଡ଼ିଆ ପଠାର ବିକାଶ ଓ ପେଟା ନାଳକୁ ନୂଆ ରୂପ ଦେବା ଓ ମୁଖ୍ୟତଃ ପାନୀୟ ଜଳ ଯୋଗାଣକୁ କିପରି ଘରେ ଘରେ ପହଞ୍ଚାଯିବ ତାହା ଉପରେ ଫୋକସ କରିଛନ୍ତି ମନ୍ତ୍ରୀ । କାରଣ କଟକର ଚତୁପାର୍ଶ୍ଵରେ ରହିଛି ନଦୀ ।
ନୂଆବର୍ଷରେ ନୂଆ ରୁପ ପାଇବ କଟକ, ଉନ୍ନୟନ ବିଭାଗକୁ ମନ୍ତ୍ରୀଙ୍କ ତାଗିଦ - କଟକର ଉନ୍ନତି ପାଇଁ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ
ସମୀକ୍ଷା ବୈଠକ ଡାକିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । 2022ରେ କଟକର ବିକାଶ ପାଇଁ ସମସ୍ତ ଉନ୍ନୟନ ବିଭାଗକୁ କଲେ ତାଗିଦ । ଅଧିକ ପଢନ୍ତୁ
ତେବେ ଶୁଦ୍ଧ ପାନୀୟ ଜଳ ମିଳିବାରେ ସହରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହି ଦୁଃଖ ଖୁବଶୀଘ୍ର ହେବ ସମାପ୍ତ । କାରଣ ଆସନ୍ତା ମାର୍ଚ୍ଚ 6 ତାରିଖରେ ମୁଖ୍ୟମନ୍ତ୍ରୀ କଟକରେ 3 ଗୋଟି ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ନଦୀ ଜଳ ପ୍ୟୁରିଫାଏ ହୋଇ ସହରବାସୀଙ୍କ ନିକଟରେ ପହଞ୍ଚିବ । ତେବେ ଆଜି ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ, ଜିଲ୍ଲାପାଳ, ବିଧାୟକ, ପୂର୍ବତନ ବିଧାୟକ, ସମସ୍ତ ମୁରବି ଓ ବିଭାଗୀୟ ଅଧକାରୀ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ