ଓଡିଶା

odisha

ETV Bharat / city

ଓଡିଶାକୁ ଛୁଟୁଛନ୍ତି ବିଜେପି ହେଭିୱେଟ, କଟକରେ ରାଜ୍ୟ ସରକାର ଉପରେ ଗର୍ଜିଲେ ଉମା ଭାରତୀ - Uma Bharati

ଉମା ଭାରତୀ ବିଜେପିର 120 ମିଶନକୁ ସଫଳ କରିବା ପାଇଁ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି । ସେ ହଜାର ହଜାର ବିଜେପି କର୍ମୀଙ୍କ ଉପସ୍ଥିତିରେ କଟକରେ ପହଞ୍ଚିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 18, 2019, 7:22 PM IST

Updated : Apr 18, 2019, 10:31 PM IST

କଟକ: ନିର୍ବାଚନକୁ ନେଇ ବେଶ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ଓଡିଶାରୁ ଅଧିକ ଲୋକସଭା ଆସନ ଜିତିବା ଓ ରାଜ୍ୟରେ ସରକାର ଗଢିବା ଲକ୍ଷ୍ୟ ନେଇ ମାରାଥନ ପ୍ରଚାରରେ ଲାଗିଛନ୍ତି ବିଜେପିର ରାଷ୍ଟ୍ରୀୟ ନେତାଗଣ । ଗତକାଲି ସିଲଭରସିଟିରେ ରୋଡ ଶୋ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହାପରେ ଆଜି(ଗୁରୁବାର) ଦଳ ପାଇଁ ଭୋଟ ମାଗିବା ପାଇଁ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ସେଠାରେ ସେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାଜ୍ୟରେ ଦୀର୍ଘ ଦିନ ଧରି ବିଜେଡି ଶାସନ କରିବା ଫଳରେ ରାଜ୍ୟ ରୁଗୁଣ ହୋଇପଡିଛି । ଆଉ ବିଜେପି ହିଁ ଏହି ରୋଗକୁ ନିରାକରଣ କରି ପାରିବ ବୋଲି କହିଛନ୍ତି ଉମା ଭାରତୀ । ଏହା ସହ ରାଜ୍ୟରେ ଥିବା ଆଇଏଏସଙ୍କ ବିନା ନବୀନ ବାବୁ ଅଧୁରା ବୋଲି କହିଥିଲେ ସେ । କାରଣ ଯେତେବେଳେ ମହାନଦୀ ଜଳ ବିବାଦ ଉପୁଜିଥିଲା ସେତେବେଳେ ଦିଲୀରେ ଏକ ବୈଠକ ଡାକିଥିଲେ ବିଭାଗୀୟ ମନ୍ତ୍ରୀ ଉମା ଭାରତୀ । କିନ୍ତୁ ବୈଠକ ସମୟରେ ଏକ ଆଇଏଏସ ଅଫିସର ନବୀନ ବାବୁଙ୍କ କାନରେ କିଛି କହୁଥିବାର ନଜର ଆସିଥିଲେ । ଯାହାକୁ ମୁଁ ବାରଣ କରିବା ସହ ବୈଠକକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲି । ଏହି ଦୃଶ୍ୟ ହିଁ ବୟାନ କରୁଥିଲା ଯେ ଓଡିଶାର ସ୍ଥିତି କଣ।


ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ନବୀନ ଫେଲ ମାରିଛନ୍ତି । ଆଉ ପ୍ରତି ଦିଗରେ ବିକାଶ ସ୍ଥାନରେ ବିନାଶ ହିଁ ପରିଲକ୍ଷିତ ହେଉଛି । ତେବେ ଆସନ୍ତା ନିର୍ବାଚନରେ ବିଜେପି ବହୁ ଜନମତରେ ଜନାଦେଶ ଗ୍ରହଣ କରିବ ବୋଲି କହିଛନ୍ତି ଉମା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 18, 2019, 10:31 PM IST

For All Latest Updates

ABOUT THE AUTHOR

...view details