କଟକ:ସିଲଭର ସିଟିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା 8 ତାରିଖରେ ଏକ ଘରୋଇ ଖବର କାଗଜର ୭୫ବର୍ଷ ପୂର୍ତ୍ତୀ ପାଳନ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗେ ଦେବେ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଫଳରେ ଶାହାଙ୍କ ଗସ୍ତ ପୂର୍ବରୁ ଇନଡୋର୍ ଷ୍ଟାଡିଅମରେ ସ୍ଥିତି ସମୀକ୍ଷା କରିଛନ୍ତି ଧର୍ମେନ୍ଦ୍ର । ଶାହାଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ସମସ୍ୟା ନ ଉପୁଜିବ ସେନେଇ ଉଟିତ୍ ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ।
କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶାହାଙ୍କ ଗସ୍ତ ପୂର୍ବରୁ କଲେ ସ୍ଥିତି ସମୀକ୍ଷା - କଟକ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 8 ତାରିଖରେ ଏକ ଖବର କାଗଜର ୭୫ ବର୍ଷ ପୂର୍ତ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହାଙ୍କ ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର :ଅମିତ ଶାହାଙ୍କ ଗସ୍ତ ପୂର୍ବରୁ କଲେ ସ୍ଥିତି ସମୀକ୍ଷା
କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର :ଅମିତ ଶାହାଙ୍କ ଗସ୍ତ ପୂର୍ବରୁ କଲେ ସ୍ଥିତି ସମୀକ୍ଷା
ଧର୍ମେନ୍ଦ୍ର ପ୍ରଥମେ ନେତାଜୀ ସଂଗ୍ରହାଳୟ ଓ ପରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ବୁଲି ସମସ୍ତ ଦିଗକୁ ଦେଖିଥିଲେ । ତେବେ ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ସାଂସଦ ଭତୃହରି ମହତାବ ।
ଇଟିଭି ଭାରତ,କଟକ