ଓଡିଶା

odisha

ETV Bharat / city

ଏସସିବି ଛାତରୁ ଖସି ରୋଗୀ ମୃତ, କାରଣ ଅସ୍ପଷ୍ଟ

ଆସିଥିଲେ ବଡ ମେଡିକାଲକୁ ସୁସ୍ଥ ହେବାପାଇଁ । ହେଲେ ଛାତରୁ ପଡି ମୃତ୍ୟୁବରଣ କଲେ । ମେଡିକାଲର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ ।

By

Published : Oct 12, 2019, 5:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସିଥିଲେ ଚିକିତ୍ସିତ ହେବାକୁ କିନ୍ତୁ ମେଡିକାଲର ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି ଜଣେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ବଡ ମେଡିକାଲରେ । ସୂଚନା ଅନୁସାରେ ମେଡିସିନ ବିଭାଗର ତିନି ମହଲା କୋଠା ଉପରୁ ଜଣେ ଅପରରିଚିତ ରୋଗୀ ପଡି ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ରୋଗୀ ଜଣକ 10ଦିନ ତଳେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ରୋଗୀଙ୍କ ସହ କୌଣସି ସଂପର୍କୀୟ ନଥିବାରୁ ତାଙ୍କର ପରିଚୟ ମିଳିନାହିଁ । ଜଣେ ଚିକିତ୍ସିତ ହେଉଥିବା ରୋଗୀ କିଭଳି ଭାବେ ଛାତରୁ ଖସି ପଡିଲେ ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଏ ସଂପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details