କଟକ: ମହିଳା ଟି20 ଚ୍ୟାଲେଞ୍ଜ (Women T20 Challenge) ଟ୍ରଫିରେ ନଜର ଆସିବେ ଦୁଇ ମହିଳା ଓଡ଼ିଆ କ୍ରିକେଟର । ଆସନ୍ତା 23 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ପୁଣେରେ ଖେଳାଯିବାକୁ ଥିବା ମହିଳା ଟି-20 ଚ୍ୟାଲେଞ୍ଜ ଟ୍ରଫି ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (OCA)ର ଦୁଇ ମହିଳା ଖେଳାଳି ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ସୁଜାତା ମଲ୍ଲିକ ଚୟନ ହୋଇଛନ୍ତି । ଯାହାକୁ ନେଇ ଖୁସି ପ୍ରକାଶ କରିଛି ଓସିଏ ।
ତେବେ ଏହି ଦୁଇ ଖେଳାଳି ସ୍ମୃତି ମନ୍ଧାନାଙ୍କ ଟିମ ଟ୍ରେଲବ୍ଲେଜର(Trailblazers)ରେ ନଜର ଆସିବେ। ତେବେ ଉଭୟଙ୍କୁ ଆଜି ଚୟନ କରିଛି ଅଲ ଇଣ୍ଡିଆ ମହିଳା ଚୟନ କମିଟି । ଅଲ ଇଣ୍ଡିଆ ମହିଳା ଚୟନ କମିଟି ଏହି ୩ଟି ଦଳ ପାଇଁ ଖେଳାଳୀଙ୍କୁ ଚୟନ କରିଛି । ପ୍ରତ୍ୟେକ ଦଳରେ 16 ଜଣ ଖେଳାଳୀଙ୍କୁ ମନୋନୀତ କରାଯାଇଛି । ଆଇପିଏଲ୍ 2022 ମ୍ୟାଚର ଶେଷ ପର୍ଯ୍ୟାୟରେ ମହିଳା ଟି -20 ଚ୍ୟାଲେଞ୍ଜ ଆୟୋଜିତ ହେବ ।