ଓଡିଶା

odisha

By

Published : Aug 13, 2022, 4:47 PM IST

Updated : Aug 13, 2022, 6:25 PM IST

ETV Bharat / city

ଶପଥ ନେଲେ ଓଡିଶା ହାଇକୋର୍ଟ ର ୨ ନୂଆ ବିଚାରପତି

ଶପଥ ନେଲେ ଓଡିଶା ହାଇକୋର୍ଟ ର ୨ ନୂଆ ବିଚାରପତି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଅଧିକ ପଢନ୍ତୁ

ଶପଥ ନେଲେ ହାଇକୋର୍ଟର ୨ ନୂତନ ବିଚାରପତି
ଶପଥ ନେଲେ ହାଇକୋର୍ଟର ୨ ନୂତନ ବିଚାରପତି

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟ ର(Odisha High Court) ୨ ନୂତନ ବିଚାରପତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ । ଅପରାହ୍ନ ସାଢେ ୩ଟାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେମାନେ ଶପଥ ନେଇଛନ୍ତି । ଦୁଇ ନୂତନ ବିଚାରପତିଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର (Chief Justice S Muralidhar) ।

ହାଇକୋର୍ଟର ଏହି ୨ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୨ ଜୁଲାଇ ୨୫ରେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କ ନାଁ ସୁପାରିସ କରିଥିଲା ।

ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓଡ଼ିଶା ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୧୯୭୨ ଏପ୍ରିଲ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ସେହିଭଳି ଭାବେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଚିତ୍ତରଞ୍ଜନ ୧୯୬୪ ନଭେମ୍ବର ୧୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଥିଲେ ।

ଇଟିଭି ଭାରତ, କଟକ

Last Updated : Aug 13, 2022, 6:25 PM IST

ABOUT THE AUTHOR

...view details