ଓଡିଶା

odisha

ETV Bharat / city

ଏସସିବିରୁ ପୁଣି ଦୁଇ ଦଲାଲ ଗିରଫ - କଟକ ବଡ ମେଡିକାଲରେ ଠକୁଛନ୍ତି ଦଲାଲ୍

ପୁଣି SCB ବଡ ମେଡିକାଲରୁ ଦୁଇ ଦଲାଲ ଗିରଫ । ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଇ ଫେରାର୍ ଘଟଣାରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଏସସିବିରୁ ପୁଣି ଦୁଇ ଦଲାଲ ଗିରଫ
ଏସସିବିରୁ ପୁଣି ଦୁଇ ଦଲାଲ ଗିରଫ

By

Published : Aug 2, 2022, 5:30 PM IST

କଟକ: କେବେ ମୂଳ ପୋଛ ହେବ ଏସସିବି ମେଡିକାଲରୁ ଦଲାଲ ରାଜ । ଢୋଲ ଭିତରେ ମୂଷା ପରି ନିରୀହ ରୋଗୀଙ୍କୁ ଦିନ ରାତି ଲୁଟି ଚାଲୁଛନ୍ତି ଏମାନେ । ବାରମ୍ବାର ଗିରଫ କରାଯାଉଥିଲେ ମଧ୍ୟ ପୁଣି ସକ୍ରିୟ ହେଉଛନ୍ତି ଏସସିବି ମେଡିକାଲରେ ନିୟୋଜିତ ଘରୋଇ ସଂସ୍ଥାର ଦଲାଲମାନେ । ଏହି ପରିପ୍ରେକ୍ଷୀରେ ଗତକାଲି(ସୋମବାର) ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ କ୍ରମେ ଦୁଇଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ ।

ଏସସିବିରୁ ପୁଣି ଦୁଇ ଦଲାଲ ଗିରଫ

ତେବେ ଗତ ଛଅ ମାସ ମଧ୍ୟରେ 10ରୁ ଉର୍ଦ୍ଧ୍ବ ଏସସିବିରେ ନିୟୋଜିତ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଦଲାଲ କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଏମାନେ ସେବା ଯୋଗାଇଦେବା ନାଁରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଲୁଟ୍ କରୁଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତକାଲି କୋଣାର୍କ ଅଞ୍ଚଳରୁ ସୁମିତ୍ରା ମହାରଣା ପୁଅର ଚିକିତ୍ସା ପାଇଁ ଏସସିବି ଆସିଥିବା ବେଳେ ଡାକ୍ତର ତାଙ୍କୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଠିକ ସେତିକି ବେଳେ କାଜୁଆଲଟି ନିକଟରେ ବିନା ଲାଇନରେ ସଙ୍ଗେ ସଙ୍ଗେ ଅଲ୍ଟ୍ରାସାଉଣ୍ଡ କରାଇଦେବେ କହି 1450 ଟଙ୍କା ନେଇଥିଲେ ଦଲାଲ ।

ମାତ୍ର ଟଙ୍କା ନେଇ ଫେରାର୍ ହୋଇ ଯାଇଥିଲେ ଦୁଇ ଦଲାଲ । ପରେ ମହିଳା ଜଣକ ଦଲାଲଙ୍କ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଏନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଉମା ପ୍ରସାଦ ବେହେରା, ମଞ୍ଜୁଶ୍ରୀ ଠିକା ସଂସ୍ଥାର କର୍ମଚାରୀ ହୋଇ ଥିବାବେଳେ ରତ୍ନାକର ସାହୁ ଏସସିବିର ସିକ୍ୟୁରିଟି ସଂସ୍ଥା ନିରାକାରର କର୍ମଚାରୀ ବୋଲି ଜଣାପଡିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details