ଓଡିଶା

odisha

ETV Bharat / city

ମଇଳାରେ ଭର୍ତ୍ତି ମହାନଦୀ, ବିଷାକ୍ତ ହେଉଛି କାଠଯୋଡି - ମହାନଦୀ

କଟକ ସହରର ମଇଳା ପାଣି ଖାନନଗର ଓ ପେଟାନାଳ ଦେଇ କାଠଯୋଡ଼ିକୁ ଏବଂ ତାଳଦଣ୍ଡା ଓ କାଳିଆବୁଦା କେନାଲ ଦେଇ ମହାନଦୀରେ ମିଶୁଛି । ମାତ୍ର ଗୁରୁତ୍ବପୂର୍ଣ୍ଣ କଥା ହେଉଛି NGT ଗାଇଡ଼ଲାଇନର ଖୁଲମଖୁଲା ଉଲ୍ଲଙ୍ଘନ କରାଯାଇ ନଦୀରେ ମିଶୁଛି ଦୂଷିତ ଜଳ ।

two-main-river-of-odisha-mahanadi-and-kathajodi-water-polluted-why-the-govt-silence
ବିଷ ବଳୟରେ ଓଡିଶାର ଦୁଇ ପ୍ରମୁଖ ନଦୀ !, ତୁନି ବସିଛି ପ୍ରଶାସନ

By

Published : Jan 20, 2020, 11:53 PM IST

Updated : Jan 21, 2020, 2:03 AM IST

କଟକ: ରାଜ୍ୟର ଦୁଇ ପ୍ରମୁଖ ନଦୀ ମହାନଦୀ ଓ କାଠଯୋଡି । ଓଡିଶାର ସର୍ବପୁରାତନ ସହର କଟକର ଦୁଇ ପାର୍ଶ୍ବରେ ରହିଛି ଏହି ଦୁଇ ନଦୀ । ତେବେ ଦିନକୁ ଦିନ ଏହି ଦୁଇ ବୃହତ ନଦୀର ଜଳ ଦୂଷିତ ହେବାରେ ଲାଗିଛି । କାରଣ କଟକ ସହରର ସମୂର୍ଣ୍ଣ ଆବର୍ଜନା ଓ ମଇଳା ପାଣି ସିଧା ସଳଖ ଏହି ଦୁଇ ନଦୀରେ ମିଶୁଛି । ତେବେ ଦୀର୍ଘ ଦିନର ଏହି ସମସ୍ୟା କ’ଣ ପାଇଁ ସମାଧାନ ହୋଇପାରୁ ନାହିଁ ? କ’ଣ କରୁଛି କଟକ ମ୍ୟୁନସିପାଲଟି କର୍ପୋରେସନ (ସିଏମସି)? ଏହାର ସମାଧାନ ପାଇଁ କ’ଣ ରାଜ୍ୟ ସରକାରଙ୍କ ଦାୟିତ୍ବ ନୁହେଁ କି ?

ମଇଳାରେ ଭର୍ତ୍ତି ମହାନଦୀ, ବିଷାକ୍ତ ହେଉଛି କାଠଯୋଡି

କଟକ ସହରର ମଇଳା ପାଣି ଖାନନଗର ଓ ପେଟାନାଳ ଦେଇ କାଠଯୋଡ଼ିକୁ ଏବଂ ତାଳଦଣ୍ଡା ଓ କାଳିଆବୁଦା କେନାଲ ଦେଇ ମହାନଦୀରେ ମିଶୁଛି । ମାତ୍ର ଗୁରୁତ୍ବପୂର୍ଣ୍ଣ କଥା ହେଉଛି, NGT ଗାଇଡ଼ଲାଇନର ଖୁଲମଖୁଲା ଉଲ୍ଲଙ୍ଘନ କରାଯାଇ ନଦୀରେ ମିଶୁଛି ଦୂଷିତ ଜଳ । ଫଳରେ ସହରର ତଳିଆ ଅଞ୍ଚଳରେ ବସବାସ କରୁଥିବା ଅଧିକାଂଶ ଲୋକେ ଏହାଦ୍ବାରା ପ୍ରଭାବିତ ହୋଇ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ।

ତେବେ ଦୂଷିତ ଜଳକୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ବାରା ବିଶୁଦ୍ଧ କରାଯାଇ ନଦୀକୁ ଛଡା ଯିବାର ଯୋଜନା ହୋଇଥିଲା । ଏଥିପାଇଁ ଖାନନଗର ଓ ସିଡିଏ ନିକଟରେ ଦୀର୍ଘ 3 ବର୍ଷ ତଳେ ପ୍ଲାଣ୍ଟର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିଲା । ମାତ୍ର ଆଜି ଯାଏଁ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଆଜି କେତେକ ଅଞ୍ଚଳର ପ୍ରଦୂଷିତ ଜଳ ସିଧା ନଦୀରେ ମିଶୁଛି । ଏପଟେ ପ୍ଲାଣ୍ଟକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତିଶୃତି କେବେ କାର୍ଯ୍ୟକାରୀ ହେଉଛି, ଆଉ କେବେ ମହନାଦୀ ଓ କାଠଯୋଡି ପ୍ରଦୂଷଣରୁ ମୁକ୍ତି ପାଉଛି ତାହାକୁ ଅପେକ୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 21, 2020, 2:03 AM IST

ABOUT THE AUTHOR

...view details