ଓଡିଶା

odisha

ETV Bharat / city

ବାଘ ମୃତ୍ୟୁ ଘଟଣାରେ 2 କର୍ମଚାରୀ ନିଲମ୍ବିତ - କଲରାପତରିଆ ବାଘ ମୃତ୍ୟୁ

ହରିଡାପଶି ସଂରକ୍ଷିତ ଜଙ୍ଗଲର କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ସାହୁଙ୍କୁ ଚାକିରୀରୁ ନିଲମ୍ବିତ କରିଛି ବନବିଭାଗ । ତେବେ ବାଘ ମୃତ୍ୟୁର କାରଣ ଖୋଜିବା ପରିବର୍ତ୍ତେ ବନବିଭାଗ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 21, 2019, 6:33 AM IST

କଟକ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ହରିଡାପଶି ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ସାହୁଙ୍କୁ ଚାକିରୀରୁ ନିଲମ୍ବିତ କରିଛି ବନବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁଯାୟୀ, ଗତ ୧୬ ତାରିଖରେ ବିରଳ ପ୍ରଜାତିର କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ଯାହାକୁ ଗଣମାଧ୍ୟମ ଠାରୁ ଲୁଚେଇବାକୁ ଯାଇ ବନବିଭାଗ ବାଘର ଫଟୋ କି ଭିଡିଓ ଉଠାଇବାକୁ ଗଣମାଧ୍ୟମକୁ ଦେଇ ନଥିବା ବେଳେ ଲୁଚାଇ ବାଘଟିକୁ ପୋଡି ଦେଇଥିଲେ । ତେବେ ଖବର ଟି ଗଣମାଧ୍ୟମରେ ପ୍ରସାରଣ ପରେ ବନବିଭାଗ ଶୁକ୍ରବାର ଦୁଇଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

ତେବେ ବାଘ ମୃତ୍ୟୁର କାରଣ ଖୋଜିବା ପରିବର୍ତ୍ତେ ବନବିଭାଗ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରି କଣ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି । ବନଖଣ୍ଡ ଅଧିକାରୀ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଚର୍ଚ୍ଚା ହେଉଛି । ମାରମାର ଭଣ୍ଡାରିଆକୁ ମାର ନୀତି ଆପଣାଇଛନ୍ତି ବନଖଣ୍ଡ ଅଧିକାରୀ । ବାଘ ଶିକାରୀ ଏବେ ଖୋଲା ଆକାଶ ତଳେ ବୁଲୁଥିବା ବେଳେ ବନବିଭାଗର ଏଭଳି ନିଲମ୍ବନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details