କଟକ: କମିଶନରେଟ ପୋଲିସ ହ୍ୟାଣ୍ଡକପରେ ଦୁଇ ବେଆଇନ ବନ୍ଧୁକ ବ୍ୟବସାୟୀ । ପୂଜା ସମୟରେ ବନ୍ଧୁକ କାରବାର ନେଇ ଉଭୟ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ମାଲଗୋଦାମ ଥାନା ପୋଲିସ । ଗିରଫ ଅଭିଯୁକ୍ତ ପାରେସର ସାହିର ମୁନା ଓ ସୌଭାଗ୍ୟ ଦାସ ବୋଲି ଜଣା ପଡ଼ିଛି । ଉଭୟ ଦୀର୍ଘଦିନ ଧରି ଏହି ବେଆଇନ ବ୍ୟବସାୟ କରି ଆସୁଥିଲେ ।
ମୁନା ଓ ସୌଭାଗ୍ୟ ନାଁରେ କଟକର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଗିରଫ ସମୟରେ ମୁନା ଓ ସୌଭାଗ୍ୟଙ୍କ ଠାରୁ ଦୁଇଟି ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଉଭୟ ଅଭିଯୁକ୍ତ ଗିରଫ ହେବାପରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଆଉ କେହି ସମ୍ପୃକ୍ତ ରହିଛନ୍ତି କି ନାହିଁ ତାହାର ତଦନ୍ତ ଜାରି ରଖିଛି କଟକ କମିଶନରେଟ ପୋଲିସ ।