କଟକ:ଗତିରାଉତ ପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲା । ଏହି ଘଟଣାରେ ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପ୍ରମାଣ ଅଭାବରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ।
ଗତବର୍ଷ ଅକ୍ଟୋବର ମାସରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହେବାପରେ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ଗତବର୍ଷ ଅକ୍ଟୋବର ୧୫ ତାରିଖରେ ବିଦ୍ୟାଧରପୁର ସ୍ଥିତ ଗତିରାଉତ ପାଟଣା ଅଞ୍ଚଳରେ ଥିବା ଏକ ଚିକେନ୍ ଦୋକାନରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ୨୨ ଦିନ ଧରି ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲେ ।