ଓଡିଶା

odisha

ETV Bharat / city

ତୁଷାରକାନ୍ତ ମୃତ୍ୟୁ ଘଟଣା: ଖିଅ ପାଇଲା ପୋଲିସ ! ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପରିବାରର ଦାବି - cuttack latest news

ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ତ୍ରିକୋଣୀୟ ପ୍ରେମକୁ ନେଇ ତୁଷାରକାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ଏହି ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଅଧିକ ପଢନ୍ତୁ...

tushar death misty open by police in cuttack
ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ

By

Published : Sep 28, 2021, 9:03 PM IST

କଟକ:ବହୁ ଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ତୁଷାରକାନ୍ତ ମୃତ୍ୟୁ ଘଟଣା । ଆକ୍ସନ ମୋଡକୁ ଆସିଛି କମିସନରେଟ ପୋଲିସ । ତୁଷାରଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଥିବା ପ୍ରମାଣ ମିଳିବା ପରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମାତ୍ର ମୁଖ୍ୟ ଅଭିଯୁକ୍ତ ଗାର୍ଲଫ୍ରେଣ୍ଡ୍ ଓ ତାଙ୍କ ବଡ଼ ଭଉଣୀ ଯେଉଁ ପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ତୁଷାରକୁ ନ୍ୟାୟ ମିଳିବ ନାହିଁ ବୋଲି କହିଛନ୍ତି ମୃତ ତୁଷାରଙ୍କ ପରିବାର । ତେବେ ଏହି ଘଟଣାରେ ଆହୁରି ତଦନ୍ତ ବାକି ରହିଥିବା ନେଇ ସ୍ପଷ୍ଟ କରିଛି କମିଶନରେଟ ପୋଲିସ ।

ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ

ମହଙ୍ଗା ପଡିଲା ଟିନ୍ ଏଜ ଲଭ। ତ୍ରି-କୋଣୀୟ ପ୍ରେମକୁ ନେଇ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଏକପ୍ରକାର ହୋଇଛି ସ୍ପଷ୍ଟ । ଆଉ ଦୀର୍ଘ ପ୍ରାୟ 2 ମାସ କାଳ ତଦନ୍ତ କରିବା ପରେ ତୁଷାରଙ୍କ ମୃତ୍ୟୁ ଅଭିଯୋଗ ଉପରୁ ପରଦା ଉଠାଇଛି କମିଶନରେଟ ପୋଲିସ । ଏହି ମାମଲାରେ ଦୁଇ ଅଭିଯୁକ୍ତ ଜୁବୁ ଓରଫ୍ ଦିବ୍ୟରଞ୍ଜନ ବେହେରା ଏବଂ କୌଶଳ ପ୍ରଧାନକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ତେବେ ଗିରଫ ଅଭିଯୁକ୍ତ ଦୁଇ ଜଣ ତୁଷାରଙ୍କୁ ମାନସିକ ସ୍ତରରେ ମାତ୍ରାଧିକ ଚାପ ପକାଇବା ଓ ଘଟଣା ଦିନ ତୁଷାରଙ୍କୁ ମାଡ଼ ମାରିବା ଥାନରେ ତୁଷାର ନାଁ ରେ ମାମାଲ କରିବାକୁ ଧମକ ଦେବା ଯୋଗୁଁ ଶେଷରେ ସେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲା ବୋଲି ପୋଲିସ ତଦନ୍ତରେ ସ୍ପଷ୍ଟ କରିଛି । ଏପଟେ ଘଟଣାରେ ଯାହାର ବି ସମ୍ପୃକ୍ତି ଆସିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି ।

ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ

ଅନ୍ୟପଟେ ତୁଷାରଙ୍କ ବାପା କହିଛନ୍ତି ପୋଲିସ ଠାରୁ ନ୍ୟାୟ ମିଳିବ ବୋଲି ଆମେ ଆଶା ହରାଇ ଦେଇଥଲୁ । ଫଳରେ କୋର୍ଟର ଦ୍ବାରସ୍ଥ ହୋଇଥିଲୁ । କୋର୍ଟଙ୍କ ହସ୍ତକ୍ଷେପ ପରେ ପୋଲିସ ଦୁଇ ଜଣକୁ ଗିରଫ କରିଛି । ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ଼ ଭଉଣୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସେମାନଙ୍କୁ ଏଯାବତ ଗିରଫ କରାଯାଇନାହିଁ । ସେମାନଙ୍କ ମଧ୍ୟ ଗିରଫ କରି ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ତୁଷାରଙ୍କ ପରିବାର ଲୋକେ । ସେପଟେ ପୋଲିସର ବିଳମ୍ବ ତଦନ୍ତ ଏବଂ ତୁଷାରଙ୍କ ପରିବାର ଲୋକେ 4 ଜଣକ ନାଁ ରେ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ ଦୁଇ ଜଣକୁ ଗିରଫ କରି ଆଉ ଦୁଇଜଣଙ୍କୁ ଗିରଫ କଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ ।

ହାଇକୋର୍ଟ ମାମଲାରେ ହସ୍ତକ୍ଷେପ ପରେ ଦୁଇ ଜଣକୁ ଗିରଫ କରାଯାଇଛି । ତେବେ ଘଟଣାରେ ସମ୍ପୃକ୍ତି ଥିବା ଆଉ ଦୁଇ ଜଣକୁ ମଧ୍ୟ ଗିରଫ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି । ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ଼ ଭଉଣୀ ସମ୍ପୃକ୍ତି ପୋଲିସ ଜାଣିବା ପରେ ଏବେ ଉଭୟଙ୍କୁ ଘାରିଛି ଗିରଫଦାରୀର ଭୟ । ଅନ୍ୟପଟେ ଲଭ ଧୋକା ଓ ଏହାପରେ ଆତ୍ମହତ୍ୟାର ଚିତ୍ର ଏବେ ଏହି ମାମଲାକୁ ଆହୁରି ଜଟିଳ କରୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details