ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ଉଦ୍ୟମ, ବୋମାମାଡ କରି ଫେରାର

କଟକରେ ବଢି ଚାଲିଛି ଲୁଟ ଡକାୟତି ଭଳି ଅପରାଧ। ଆଜି ସିଡିଏ ଅଞ୍ଚଳରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି କିଛି ଦୁର୍ବୃତ୍ତ। ଘଟଣାସ୍ଥଳରେ ଲୋକ ଜମା ହେବା ଦେଖି ବୋମାମାଡ କରି ଫେରାର ହୋଇଯାଇଛନ୍ତି ସେମାନେ।

By

Published : Apr 2, 2019, 10:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ସିଲଭରସିଟି କଟକରେ ବେଧଡ଼କ ଭାବେ ଚାଲିଛି ଲୁଟ ଉଦ୍ୟମ । କାହା ଠାରୁ ଲୁଟ କରିବାରେ ସଫଳ ହେଉଛି ଲୁଟେରା ତ ଆଉ କିଏ ଅଳ୍ପକେ ବର୍ତ୍ତିଯାଉଛି ଲୁଟେରାଙ୍କ କବଳରୁ । ଏମିତି ଏକ ଘଟଣା ଆଜି କଟକ ସିଡିଏରେ ଦେଖିବାକୁ ମିଳିଛି । ବୋମା ପକାଇ ଟଙ୍କା ଲୁଟି ନେବା ପାଇଁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ସୂଚନା ଅନୁସାରେ, କଟକ ସିଡିଏ ଅଶ୍ବିନୀ ହସ୍ପିଟାଲ ନିକଟରେ ଥିବା ପେଟ୍ରୋଲ ପମ୍ପର କର୍ମଚାରୀମାନେ ସଂସ୍ଥାର 15 ଲକ୍ଷ ଟଙ୍କା ଜମା କରିବା ପାଇଁ ସିଡିଏ ୭ ନମ୍ବର ଯାଉଥିଲେ । ହଠାତ ପେଟାନାଳ ନିକଟରେ ଦୁଇଜଣ ଯୁବକ ଏକ ହୋଣ୍ଡା ସାଇନ ଗାଡ଼ିରେ ଆସି ଉକ୍ତ କର୍ମଚାରୀଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ଼ କରିଥିଲେ । ଯାହା ଫଳରେ କର୍ମଚାରୀମାନେ ରହିଯିବାରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗକୁ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ ।

ଯାହାକୁ ବିରୋଧ କରିଥିଲେ କର୍ମଚାରୀ । ଏହା ଦେଖି ଘଟଣାସ୍ଥଳେ ଜମିଯାଇଥିଲା ସ୍ଥାନୀୟ ଲୋକଙ୍କ ଭିଡ । ତେବେ ଏହାକୁ ଦେଖି ଭୟଭୀତ ହୋଇ ଲୋକଙ୍କ ଉପରକୁ ବୋମାମାଡ କରି ଟଙ୍କା ବ୍ୟାଗ ଛାଡି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ସୂଚନା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details