ଓଡିଶା

odisha

ଟ୍ରକ ଧକ୍କାରେ ଛାତ୍ରୀ ମୃତ

By

Published : Sep 5, 2019, 3:21 PM IST

ସଡ଼କ ଦୁର୍ଘଟଣାରେ ଚାଲିଗଲା ନିରୀହ ଛାତ୍ରୀର ପ୍ରାଣ । କଲେଜରୁ ଆସୁଥିବା ବେଳେ ସ୍କୁଟି ଉପରେ ମାଡିଯାଇଥିଲା ଟ୍ରକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ନାରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ସ୍କୁଟି ଚଳାଉଥିବା ନିରୀହ ଛାତ୍ରୀଙ୍କ ମୃତ୍ୟୁ।

ମୃତ ଛାତ୍ରୀ ଚୌଦ୍ବାରର ରମେଶ ଚନ୍ଦ୍ର ଚୌଧୁରୀଙ୍କ ଝିଅ ଅନ୍ନପୂର୍ଣ୍ଣା ଚୌଧୁରୀ ବୋଲି ଜଣାପଡିଛି। ସେ +3 ତୃତୀୟ ବର୍ଷ ଅର୍ଥନୀତି ବିଭାଗର ଛାତ୍ରୀ । କଲେଜ କ୍ଲାସ ପାଇଁ ଆସୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ତେବେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details